THE BYAPINI

ଟାୱେଲ: ପରୀ ମାମଲାର ନୂଆ ପ୍ରମାଣ

Get real time updates directly on you device, subscribe now.

ନୟାଗଡ ଯଦୁପୁର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟି ହାତରେ ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି। ପରୀକୁ ତଣ୍ଟିଚିପି ହତ୍ୟା କରାଯିବା ବେଳେ, ତାର ନାକରୁ ରକ୍ତ ବାହାରିଥିଲା। ଏଥିସହ ରକ୍ତଭିଜା ଟାୱେଲକୁ ଯଦୁପୁରସ୍ଥିତ ସରୋଜର ଘରୁ ଜବତ କରାଯାଇଛି। ଏବେ ରକ୍ତଭିଜା ଟାୱେଲକୁ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଛି।

ଏସଆଇଟି ହାତରେ ଆଉ ଏକ ବଡ ପ୍ରମାଣ ଲାଗିଛି। ଅଭିଯୁକ୍ତର ଘରୁ ରକ୍ତ ଭିଜା ଗାମୁଛା ଜବତ କରିଛି ଏସଆଇଟି। ତଣ୍ଟି ଚିପି ହତ୍ୟା ବେଳେ ପରୀ ନାକରୁ ରକ୍ତ ବାହାରିଥିଲା। ବାହାରିଥିବା ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିଲା। ଯଦୁପୁରର ଗାଁରେ ଅଭିଯୁକ୍ତ ଘରୁ ଉକ୍ତ ଗାମୁଛାକୁ ଏସଆଇଟି ଜବତ କରିଛି। ଗାମୁଛାରେ ରକ୍ତଦାଗ ନେଇ ବିଶେଷଜ୍ଞ ସ୍ପଷ୍ଟ କରିଥିବା ଏସଆଇଟି କହିଛି। ଗାମୁଛାକୁ ପରୀକ୍ଷା ପାଇଁ ଲାବୋରେଟାରୀ ପଠାଇବ ବୋଲି ଏସଆଇଟି କହିଛି।

ପରୀ ହତ୍ୟା ମାମଲାରେ ଏସଆଇଟିକୁ ପୋଖରୀରୁ ଏକ ଲେଗିଙ୍ଗସ ମିଳିଛି । ତେବେ ଏହି ଲେଗିଙ୍ଗସ ପରୀର କି ନୁହେଁ ତାହା ପରୀକ୍ଷା ପରେ ଜଣାପଡିବ । ଲେଗିଙ୍ଗସ ଖୋଜିବା ପାଇଁ ପୋଖରୀକୁ ଶୁଖାଇଥିଲା ଏସଆଇଟି ଟିମ । ଏହା ପରେ ଅଧିକ ପ୍ରମାଣ ପାଇଁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଉପସ୍ଥିତିରେ ଦୁଇ ଘଣ୍ଟା ଧରି ସ୍କୁବା ଡାଇଭର ପୋଖରୀକୁ ଘାଣ୍ଟିଛନ୍ତି । ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ କହିବା ଅନୁସାରେ ପରୀକୁ ହତ୍ୟା କରି ସାରି ତା’ର ମୃତଦେହ ଓ ଲେଗିନ୍‌ସକୁ ଏହି ପୋଖରୀକୁ ଫିଙ୍ଗି ଦେଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.