THE BYAPINI

‘ପରୀ’ ମାମଲା: ଚାର୍ଜସିଟରେ କ’ଣ ଅଛି?

Get real time updates directly on you device, subscribe now.

ସାରା ରାଜ୍ୟରେ ଚହଳ ପକାଇଥିବା ନୟାଗଡର କୁନି ଝିଅ ‘ପରୀ’ ହତ୍ୟା ଘଟଣାରେ ଅଭିଯୁକ୍ତର ସ୍ୱୀକାରୋକ୍ତି । ପରୀକୁ ହତ୍ୟା କରିବା ଓ ମୃତଦେହକୁ ବସ୍ତାରେ ପୁରାଇ ଫିଙ୍ଗିବା କଥା ସ୍ୱୀକୀର କରିଛି ଅଭିଯୁକ୍ତ । ଏନେଇ ଆଜି ନୟାଗଡ କୋର୍ଟରେ ଏସଆଇଟି ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି ।

ନୟାଗଡ଼ କୋର୍ଟରେ ଏସଆଇଟି ୯ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଚାର୍ଜସିଟରେ ଉଲ୍ଲେଖ ରହିଛି ଯେ, ଲାଇ ଡିଟେକ୍ସନ ଟେଷ୍ଟ ବେଳେ ଅଭିଯୁକ୍ତ ପରୀକୁ ହତ୍ୟା କରିବା ଓ ପରୀର ମୃତଦେହକ ବସ୍ତାରେ ପୁରାଇ ଫିଙ୍ଗିବା କଥା ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ସବୁ କଥା କହିଥିଲା । ଏହି ସ୍ୱୀକାରୋକ୍ତିର ଭିଡିଓ ଓ ଅଡିଓ ରେକର୍ଡ କରାଯାଇଛି । ପରୀ ହତ୍ୟା ମାମଲାରେ କେମିତି ଅଭିଯୁକ୍ତକୁ ସନ୍ଦେହ କରାଯାଇଥିଲା ଓ କେମିତି ପୁରା ଘଟଣା ଜଣାପଡିଥିଲା ସେସବୁ ୯ ପୃଷ୍ଠାର ଚାର୍ଜସିଟରେ ଉଲ୍ଲେଖ କରିଛି ଏସଆଇଟି । ପଲିଗ୍ରାଫ ଟେଷ୍ଟରେ ପରୀ ହତ୍ୟାକାଣ୍ଡ ସଂପର୍କିତ ସମସ୍ତ ପ୍ରଶ୍ନର ଉତର ମିଛ ଦେଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । ଯାହାକି ଅଭିଯୁକ୍ତ ବିରୋଧରେ ଆଉ ଏକ ବଡ଼ ପ୍ରମାଣ ।
ମୃତ ପରୀର ଫ୍ରକରେ ପୁରୁଷର ସିମେନ ମିଳିଥିଲା । ତେଣୁ ଏହା ଦୁଷ୍କର୍ମ ଓ ହତ୍ୟା ବୋଲି ପୁଲିସ ଜାଣପାରିଥିଲା । ଅଭିଯୁକ୍ତ ପୁଲିସର ପ୍ରଶ୍ନକୁ ବାରମ୍ବାର ଏଡାଇଯିବା ପରେ ପୁଲିସର ସନ୍ଦେହ ବଢିଥିଲା । ହତ୍ୟାଦିନ ଅଭିଯୁକ୍ତର ଘରକୁ ପରୀ ପ୍ରବେଶ କରୁଥିବା ସମୟରେ କିଛି ଲୋକ ଦେଖିଛନ୍ତି । ଓ ସେମାନେ ପୁଲିିସ ଆଗରେ ଏନେଇ ବୟାନ ଦେଇଛନ୍ତି । ହତ୍ୟା ପରେ ଅଭିଯୁକ୍ତ ଏକ ବସ୍ତା ଧରି ଘରୁ ବାହାରକୁ ଆସୁଥିବା ବେଳେ କିଛି ଲୋକ ଦେଖିଛନ୍ତି । ଏବଂ ସେମାନେ ପୁଲିସକୁ ବୟାନ ଦେଇଛନ୍ତି । ବସ୍ତାକୁ ବାନ୍ଧିବା ପାଇଁ ବ୍ୟବହାର କରାଯାଇଥିବା ଜିଆଇ ତାର,ଲେଗିଙ୍ଗସ ଓ ୨ଟି ଗାମୁଛା ମଧ୍ୟ ଜବତ କରାଯାଇଛି । ପରୀର ଶରୀରକୁ ନଷ୍ଟ ପାଇଁ କୌଣସି କେମିକାଲ ବ୍ୟବହାର ହୋଇନଥିବା ଚାର୍ଜସିଟ ରିପୋର୍ଟରେ ଉଲ୍ଲେଖ ରହିଛି ।

ଦାଣ୍ଡରେ ଖେଳୁଥିବା ସମୟରେ ପରୀକୁ ଅପହରଣ କରି ନିଆଯାଇଥିଲା। ଏହାର କିଛି ଦିନ ପରେ ପରୀର ମୃତ ଦେହ ପୋଖରୀ ନିକଟରୁ ଉଦ୍ଧାର କରାଯାଇଥିଲା। ପରୀର ଅଙ୍ଗ କାଢି ନିଆଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ। ହତ୍ୟାକାରୀକୁ ଧରିବା ପାଇଁ ପରିବାର ଲୋକେ ଥାନା, ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହେବା ପରେ ଶେଷରେ ବିଧାନସଭା ସମ୍ମୁଖରେ ଆତ୍ମହୂତି ଉଦ୍ୟମ କରିଥିଲେ। ଏହା ପରେ ପରୀ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ସକ୍ରିୟ ହୋଇ ଉଠିଥିଲା।ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ଏସଆଇଟି ମୁଖ୍ୟ ଥିବା ଅରୁଣ ବୋଥ୍ରା ଘଟଣାର ତଦନ୍ତ କରି ପରୀର ପଡୋଶୀ ଜଣେ ନାବାଳକଙ୍କୁ ଦୋଷୀ ବୋଲି କହିଥିଲେ। ପରେ ସେହି ଅଭିଯୁକ୍ତକୁ ଗିରଫ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.