ଦ୍ୱନ୍ଦ୍ୱ ବଢୁଛି: ସାବାଳକ ବନାମ ନାବାଳକ?
ନୟାଗଡ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏକ ବଡ଼ ତଥ୍ୟ ସାମନାକୁ ଆସିଛି । ଅଭିଯୁକ୍ତ ନାବାଳକ ନୁହେଁ ସାବାଳକ । ନୟାଗଡ଼ ପୋକ୍ସୋ କୋର୍ଟ ସରୋଜକୁ ହାଜର କରିବା ସହ ଏସଆଇଟି ଅଭିଯୁକ୍ତର ବୟସ ପ୍ରମାଣ ପତ୍ର ଦାଖଲ କରିଛି। ଅଭିଯୁକ୍ତର ବୟସ ହେଉଛି ୧୮ ବର୍ଷ । କୋର୍ଟରେ ହାଜର ପରେ ନୟାଗଡ଼ ସବଜେଲ୍କୁ ଅଭିଯୁକ୍ତକୁ ପଠାଯାଇଛି ।ଅଭିଯୁକ୍ତକୁ ୪ ଦିନ ଲାଗି ରିମାଣ୍ଡରେ ନେବାକୁ ଏସ୍ଆଇଟି ପକସୋ କୋର୍ଟରେ ଆବେଦନ କରିଥିଲା । କୋର୍ଟ ୩ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ଏସଆଇଟି ପରୀ ହତ୍ୟା ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ।
ପରୀ ମୃତ୍ୟୁ ମାମଲାରେ ରବିବାର ଯଦୁପୁରରୁ ଅଭୁଯୁକ୍ତକୁ ଗିରଫ କରିଥିଲା ଏସଆଇଟି । ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି । ଯୌନ ନିର୍ଯାତନା ଉଦ୍ଦେଶ୍ୟରେ ଅପରାଧ ଘଟିଛି । ଅଭିଯୁକ୍ତ ବିରୋଧରେ ଯାହା ବି ତଥ୍ୟ ମିଳିବ ମିଡିଆ ସହ ସେୟାର କରାଯିବ ବୋଲି ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ । ପ୍ରେସମିଟରେ ଏନେଇ ବିସ୍ତୃତ ତଥ୍ୟ ଦିଆଯିବ । ଅପରାଧର ପ୍ରମାଣ ମିଳିଛି । ଆଗକୁ ତଦନ୍ତ ଜାରି ରହିବ ବୋଲି କହିଛନ୍ତି ଏସଆଇଟି ମୁଖ୍ୟ । ସେପଟେ ଯଦୁପୁରରେ ଏସଆଇଟି ଟିମ୍ ପହଚିଂ ଅଭିଯୁକ୍ତ ମାଙ୍କ ସହ ଆଲୋଚନା କରିଛି ।
ସେପଟେ ପ୍ରମାଣ ପାଇଁ ଯେଉଁ ପୋଖରୀ ନିକଟରୁ ମୃତ ଦେହ ଉଦ୍ଧାର ହୋଇଥିଲା ତାହାକୁ ଶୁଖାଇବାକୁ ଯୋଜନା କରୁଛି ଏସଆଇଟି । ୩ଟି ମଟର ଲଗାଇ ପୋଖରୀରୁ ପାଣି ବାହାର କରାଯିବ ।ଘଟଣାର ଦୀର୍ଘ ୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂଚ । ଭିଯୁକ୍ତ ବିରୋଧରେ ୩୭୬ ଏ, ୩୭୬ ଏ , ବି , ୩୬୪ ଏବଂ ୩୦୨ ଧାରା ଲଗାଯାଇଛି । ସେହିପରି ପ୍ରମାଣ ନଷ୍ଟ ଓ ଭୁଲ ତଥ୍ୟ ଦେଇ ତଦନ୍ତକୁ ବାଟବଣା କରିବା ଅଭିଯୋଗରେ ଆଇପିସିର ଧାରା ୨୦୧ ଲଗାଯାଇଛି । ପକସୋ ଆକ୍ଟର ଧାରା ୬ ମଧ୍ୟ ଅଭିଯୁକ୍ତ ବିରୋଧରେ ଲଗାଇଛି ଏସଆଇଟି