ନାର୍କୋ ଟେଷ୍ଟକୁ ଡର କାହିଁକି?
ପରୀ ମୃତ୍ୟୁ ମାମଲାରେ ଏସଆଇଟି ଟିମକୁ ଝଟକା । ନାର୍କୋ ଟେଷ୍ଟ ପାଇଁ ରାଜି ହେଲାନି ଅଭିଯୁକ୍ତ । ଅଭିଯୁକ୍ତ ନାବାଳକର ସହମତି ନମିଳିବାରୁ ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେଲେନି ନୟାଗଡ ଜୁଭେଇନାଲ ଜଷ୍ଟିସ ବୋର୍ଡ । । ନାର୍କୋ ଟେଷ୍ଟ ପାଇଁ ପକସୋ କୋର୍ଟରେ ଆବେଦନ କରିଥିଲା ଏସ୍ଆଇଟି । କୋର୍ଟରେ ଅଭିଯୁକ୍ତ ନାବାଳକ ସାବ୍ୟସ୍ତ ହେବା ପରେ ଜୁଭେନାଇଲ ବୋର୍ଡ ଏହା କହିଛନ୍ତି ।
ଅନୁଗୁଳ ବାଳ ସୁଧାର ଗୃହରୁ ଆଣି ନାବାଳକକୁ ଜୁଭେଇନାଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା । ଅଭିଯୁକ୍ତର ନାର୍କୋ ଆନାଲିସସ ଟେଷ୍ଟ ପାଇଁ ଗତ ୫ ତାରିଖରେ ଏସଆଇଟି ଆବେଦନ କରିଥିଲା । ତେବେ ଅଭିଯୁକ୍ତ ରାଜି ନହେବାରୁ ନାର୍କୋ ଟେଷ୍ଟ ହେବନି ବୋଲି କହିଛନ୍ତି ଜୁଭେନାଇଲ ଜଷ୍ଟିସ୍ ବୋର୍ଡ । ସେପଟେ ନାବାଳକ ଅଭିଯୁକ୍ତ ଠାରୁ ଜବତ ମୋବାଇଲ ପରୀକ୍ଷା ପାଇଁ ଗୁଜରାଟ ସିଏଫଏଲ୍କୁ ପଠାଇଯାଇପାରେ । ମୋବାଇଲ୍ ଭିତରେ କ’ଣ ରହିଛି ଜାଣିବାକୁ ଚାଁହୁଛି ଝଓଞ । ସେଥିପାଇଁ ମୋବାଇଲକୁ ଲାବ୍ରୋଟୋରିକୁ ପଠାଇବା ପାଇଁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ଆବେଦନ କରିଛି । ଏନେଇ କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ କରି ରଖିଛନ୍ତି ।
ପରୀ ମୃତ୍ୟୁର ଅଭିଯୁକ୍ତକୁ ଏସଆଇଟି ପ୍ରଥମେ ନୟାଗଡ ପୋକ୍ସୋ କୋର୍ଟରେ ହାଜର କରାଇଥିବାବେଳେ ନାବାଳକ ଦର୍ଶାଇ ମାମଲା ଜୁଭେଇନାଲ ଜଷ୍ଟିସ ବୋର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଜୁଭେଇନାଲ କୋର୍ଟ ଗତ ୫ ତାରିଖରେ ଅଭିଯୁକ୍ତକୁ ଅନୁଗୁଳ ବାଳସୁଧାର ଗୃହକୁ ପଠାଇଥିଲେ ।
ଗତବର୍ଷ ଜୁଲାଇ ୧୪ରେ ପରୀକୁ ହତ୍ୟା କରାଯାଇଥିଲା । ଦୁଇ ସପ୍ତାହ ପରେ ଅର୍ଥାତ ଜୁଲାଇ ୨୩ ତାରିଖରେ ବସ୍ତାରେ ବନ୍ଧା ହୋଇଥିବା ହାଡ଼ ଘର ବାଡ଼ିପଟୁ ମିଳିଥିଲା ।ଡିସେମ୍ବର ୨୦ରେ ଅଭିଯୁକ୍ତ ଗିରଫ ହୋଇଥିଲା । ପରେ ତାକୁ ରିମାଣ୍ଡରେ ଆଣି କ୍ରାଇମ ସିନ୍ ରିକ୍ରିଏଟ କରିଥିଲା ଏସ୍ଆଇଟି । କେମିତି ମାରିଲା ? କେମିତି ମୃତଦେହ ଫିଙ୍ଗିଲା ପୋଲିସ ଆଗରେ ଟିକିନିକି ବଖାଣିଥିଲା ଅଭିଯୁକ୍ତ ।