‘ପରୀ’ ହତ୍ୟାକାରୀ ଗିରଫ
ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟିକୁ ବଡ଼ ସଫଳତା ମିଳିଛି । ଜଣେ ଅଭିଯୁକ୍ତକୁ ଗିରଫକରାଯାଇଥିବା ନେଇ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସଆଇଟି) ସ୍ପଷ୍ଟ କରିଛି । ଗିରଫ ଅଭିଯୁକ୍ତ ଜଣ ଯଦୁପୁର ଗାଁର । ଆସନ୍ତାକାଲି ଅଭିଯୁକ୍ତକୁ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ହାଜର କରାଯିବ ।
ଅଭିଯୁକ୍ତ ବିରୋଧରେ ଦଫା ୩୬୪, ୩୦୨, ୨୦୧, ୩୬୭-ଓ, ୩୭୬-ଏବି ଆଇପିସି ଧାରାରେ ମାମଲା ରୁଜୁ ହୋଇଛି । ଏସଆଇଟି ଯଦୁପୁର ଗାଁରୁୁ ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀୁ ଉଠାଇଆଣି ପଚରାଉଚରା କରିଥିଲା । ଏହା ପରେ ସରୋଜର ମା ଓ ଭଉଣୀକୁ ଏସଆଇଟିକୁ ଛାଡିଦେଇଥିଲା । ପଲିଗ୍ରାଫ ଟେଷ୍ଟ ପରେ ସରୋଜ ସେଠୀକୁ ଅଟକ ରଖାଯାଇଥିଲା ।
ପୂର୍ବରୁ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କହିଥିଲା ଏସଆଇଟି । ଏନେଇ ଏସଆଇଟି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା । ଜୁଲାଇ ୧୪ରେ ନୟାଗଡ ଯଦୁପୁର ଗାଁର ୫ ବର୍ଷର ପରୀ ନିଖୋଜ ହେବା ପରେ ୧୦ ଦିନ ପରେ ଘର ପଛପଟ ପୋଖରୀ ନିକଟରୁ ମୃତ ଦେହ ମିଳିଥିଲା । ଏଭଳି ନିର୍ମମ କାଣ୍ଡ ଘଟାଇଲା ତାହାର ଟେର ପାଇ ପାରିଲା ନାହିଁ ପୋଲିସ । ଆଉ ଏହାକୁ ନେଇ ଜୋର ଧରିଲା ରାଜନୀତି । ଓଡିଶାର ପଲ୍ଲୀରୁ ଦେଶର ରାଜଧାନୀ ଦିଲ୍ଲୀ ଯାଏଁ ଏହି ରାଜନୀତି ଜୋର ଧରିଲା । ଏହାପରେ ସରକାର ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ବା ଏସଆଇଟି ଗଠନ କରିଥିଲେ । ନଭେମ୍ୱର ୨୭ରେ ମାମଲାର ତଦନ୍ତଭାର ଏସଆଇଟିକୁ ଦିଆଯାଇଥିଲ।।