THE BYAPINI

ଅଗଷ୍ଟ ୧ ଯାଏଁ ଆଶିଂକ ଲକଡାଉନ

Get real time updates directly on you device, subscribe now.

ଆସନ୍ତା ୨ସପ୍ତାହ ଯାଏଁ ସାରା ରାଜ୍ୟରେ ଆଶିଂକ ଲକଡାଇନ୍ । ଅଗଷ୍ଟ ୧ ସକାଳ ୬ଟା ଯାଏଁ ଆଂଶିକ ଲକଡାଉନ୍ । ପୂର୍ବରୁ ୩୦ଟି ଜିଲ୍ଲାକୁ ୨ଟି କାରାଗୋରୀରେ ବିଭକ୍ତ କରାଯାଇଛି । ସେହି ଅନୁସାରେ କାଟାଗୋରୀ ‘ଏ’ ରେ ୨୦ଟି ଜିଲ୍ଲା ଏବଂ କାଟାଗୋରୀ ବି ରେ ୧୦ଟି ଜିଲ୍ଲା ରହିଛି । ତେବେ ଏହି ସବୁ ଜିଲ୍ଲାରେ କଟକଣା କୋହଳ କରାଯାଇଛି । କାଟାଗୋରୀ ଏରେ ଥିବା ୨୦ ଜିଲ୍ଲାରେ ସକାଳ ୬ରୁ ରାତି ୮ଟା ଯାଏ ଦୋକାନ ଖୋଲା ରହିବ । କାଟାଗୋରୀ ବିରେ ଥିବା ୧୦ ଜିଲ୍ଲାରେ ଏବେ ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲା ରହିବ । ଏହି ୧୦ ଜିଲ୍ଲାରେ ସଟଡାଉନ ବଳବତର ରହିବ ।

ସବୁଠାରୁ ବଡକଥା ହେଉଛି ସମଗ୍ର ରାଜ୍ୟରେ ବସ ଚଳାଚଳ ପାଇଁ ଅନୁମତି ମିଳିଛି । ଯାତ୍ରୀ ମାନେ ବସରେ ଯେତିକି ସିଟ ଥିବ ସେହି ଅନୁସାରେ ଯାତ୍ରା କରିବେ । କେହି ଛିଡା ହୋଇ ବସରେ ଯିବେ ନାହିଁ । ରଥଯାତ୍ରା ପାଇଁ ପୁରୀକୁ ଜୁଲାଇ ୨୫ ଯାଏଁ ଚଳାଚଳ ବସ୍ କରିବନି । ଟ୍ୟାକ୍ସି-ଅଟୋ ବି ସବୁ ଜିଲ୍ଲାରେ ଚାଲିବ । ଜିମ୍-ବିୟୁଟି ପାର୍ଲର ଖୋଲିବ । ଆଉଟଡୋର ସୁଟିଂକୁ ଅନୁମତି ମିଳିଛି । ପାର୍କ, ମଲ, ସିନେମା ହଲ, ବାର୍ ବନ୍ଦ ରହିବ । ସ୍କୁଲ, କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ ।

Get real time updates directly on you device, subscribe now.

Leave A Reply

Your email address will not be published.