THE BYAPINI

ଜୁଲାଇ ୧୬ ଯାଏ ଆଂଶିକ ଲକଡାଉନ

Get real time updates directly on you device, subscribe now.

ଆସିଲା ଜୁଲାଇ ମାସର କୋଭିଡ ଗାଇଡଲାଇନ । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୧୬ ଯାଏ ଆଶିଂକ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ୨ଟି କ୍ୟାଟେଗୋରୀରେ ଜିଲ୍ଲାକୁ ବିଭକ୍ତ କରଯାଇ କଟକଣା ଲାଗୁ କରାଯାଇଛି । କ୍ୟାଟାଗୋରୀ ଏ ଓ କ୍ୟାଟାଗୋରୀ ବି । ସଂକ୍ରମଣ କମିଥିବାରୁ କ୍ୟାଟାଗୋରୀ ‘ଏ’କୁ ଢେଙ୍କାନାଳ,ଅନୁଗୁଳ ଓ କେନ୍ଦୁଝର ଜିଲ୍ଲା ଗଲେ । ଏହି ୩ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମଥିବାରୁ କ୍ୟାଟାଗୋରୀ ‘ଏ’କୁ ଗଲେ । ମୁଖ୍ୟ ଶାସନ ସଚିବ ଏନେଇ ଘୋଷଣା କରିଛନ୍ତି ।

କ୍ୟାଟାଗୋରୀ ‘ଏ’ରେ ଥିବା ୨୦ଟି ଜିଲ୍ଲାରେ ଲକଡାଉନ କୋହଳ କରାଯାଇଛି । ଏହି ସମସ୍ତ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ ଯାଏ ସମସ୍ତ ଦୋକାନ ଖୋଲା ରହିବ । ଏହି ୨୦ଟି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ବି ଆଉ ହେବନି । ଏଠାରେ ସାପ୍ତାହିକ ହାଟ ଖୋଲିପାରିବ । ୨୦ ଜିଲ୍ଲାରେ ଧାର୍ୟ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ। ଏହି ଜିଲ୍ଲାରେ ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ ।

କ୍ୟାଟାଗୋରୀ ‘ବି’ରେ ୧୦ଟି ଜିଲ୍ଲା ଆସୁଛି । ଏହି ସବୁ ଜିଲ୍ଲାରେ ସକ୍ରଂମଣ ହାର ୫ ପ୍ରତିଶତରୁ ଅଧିକ ରହୁଛି । ଏହି ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକନ ଖୋଲିବାକୁ ଅନୁମତି ଦିଆଯାଇଛି । କେବଳ ମଲ,ସ୍ପା, ବିୟୁଟି ପାର୍ଲର ବନ୍ଦ ରହିବ । ଏହି ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ସହିପରି ନାଇଟ କର୍ଫୁ ସାରା ରାଜ୍ୟରେ ଜାରି ରହିବ ।

Get real time updates directly on you device, subscribe now.

Leave A Reply

Your email address will not be published.