THE BYAPINI

‘ଶିିିମିଳିପାଳରେ କେବଳ ଶୁଖିଲା ପତ୍ର ଜଳିଛି’

Get real time updates directly on you device, subscribe now.

ଶିିିମିଳିପାଳରେ ଗତ କିଛି ଦିନ ହେବ ଲାଗିଥିବା ନିଆଁ ଲିଭିବାର ନାଁ ନେଉନି । ଧୀରେ ଧୀରେ ବ୍ୟାପିବାରେ ଲାଗିଥିବା ବେଳେ ପିସିସିଏଫ ଶଶୀ ପଲ କିନ୍ତୁ କହିଛନ୍ତି,ଶିମିଳିପାଳରେ ୧୦ ଦିନ ହେବ ବଡ଼ ଧରଣର ନିଆଁ ଲାଗିଛି ବୋଲି ଲୋକଙ୍କ ଧାରଣା ଆସିଯାଇଛି । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ । ଶିମିଳିପାଳ ଜଙ୍ଗଲ ନିୟନ୍ତ୍ରଣରେ ଥିଲା ଓ ନିୟନ୍ତ୍ରଣରେ ରହିଛି ।
ପିସିସିଏଫ୍‌ ଶଶି ପଲ୍‌ କହୁଛନ୍ତି ଶିମିଳିପାଳରେ ଲାଗିଥିବା ନିଆଁରେ ଜନ୍ତୁ ଓ ମଣିଷ ଆହତ ହୋଇନାହାନ୍ତି, କେବଳ ଶୁଖିଲା ପତ୍ର ଓ ବୁଦା ଜଳିଛି । ବଡ଼ ଗଛ ଜଳିନି । କିଛି ବି ଗୁରୁତର ପରିସ୍ଥିତି ନାହିଁ । ଶିମିଳିପାଳ କୋର ଏରିଆରେ ଏଯାଏ ଲାଗିନି । ବଫର ଏରିଆରେ କେବେଳ ନିଆଁ ଲାଗିଛି । ଖରାଦିନେ ଏମିତି ହୁଏ ବୋଲି କହିଛନ୍ତି ପିସିସିଏଫ । ପୋଡାଡିହା ଓ ଠାକୁରମୁଣ୍ଡା ରେଂଜ କିଛି ମାତ୍ରାରେ ପ୍ରଭାବିତ ହୋଇଛିା ଦୁଇ ଦିନ ଧରି କୋର ଅଂଚଳ ବୁଲିକି ଆସିଥିବା କହିଛନ୍ତି ପିସିସିଏଫ୍‌ ଶଶି ପଲ୍‌ । ଏନେଇ ସେ ସରକାରଙ୍କ ରିପୋର୍ଟ ଦେବେ ।

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଜଳୁଥିବା ନେଇ ପ୍ରଥମେ ମୟୂରଭଞ୍ଜ ରାଜକୁମାର ଟ୍ୱିଟ୍‌ କରିଥିଲେ। ତା’ପରେ କେନ୍ଦ୍ରମନ୍ତ୍ରୀ ଓ ପିସିସି ସଭାପତି ଟ୍ୱିଟ୍‌ କରିଥିଲେ। ଏହା ପରେ ସ୍ଥିତି ଅନୁଧ୍ୟାନ ପାଇଁ ପିସିସିଏଫ୍‌ ଶଶି ପଲ୍‌ଙ୍କୁ ଶିମିଳିପାଳ ପଠାଇଥିଲେ ରାଜ୍ୟ ସରକାର।

ମିଳିଥିବା ସୂଚନା ଅନୁସାରେ, ଶିମିଳିପାଳ ଜୈବମଣ୍ଡଳର ୨ ହଜାର ୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରାୟ ୩୦ରୁ ଅଧିକ ସ୍ଥାନରେ ଜଙ୍ଗଲ ଜଳୁଛି। ଅଭୟାରଣ୍ୟର ଉତ୍ତରରେ ଥିବା ବରେହିପାଣି, ତୁଳସୀବଣ, ଚଢେଇ ପାହାଡ଼, ଗୁଡୁଗୁଡ଼ଇା ଓ ନାଣା ଆଦି ସ୍ଥାନରେ ଜଳୁଥିବା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଛି। ସେପଟେ ଅନନ୍ତପୁର, ବାଲିନାଳ, ଖଣ୍ଡାଚିରା, ନଛିପୁରର ବନାଗ୍ନିକୁ ଲିଭାଇବାରେ ସଫଳ ହୋଇଛି ବନ ବିଭାଗ।

Get real time updates directly on you device, subscribe now.

Leave A Reply

Your email address will not be published.