ଏଣିକି ମାସ୍କ ନପିନ୍ଧିଲେ ଡବଲ ଫାଇନ୍
ସାବଧାନ! ଏଣିକି ମାସ୍କ ନପିନ୍ଧିଲେ ଦେବେ ଦୁଇ ଗୁଣା ଫାଇନ । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ନଟ୍ଟନାୟକ ମାସ୍କ ପିନ୍ଧିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ମୁହଁରେ ମାସ୍କ ନଥିଲେ ଦେବାକୁ ପଡିବ ଜରିମାନା । ମୁହଁରୁ ମାସ୍କ ଟିକେ ଖସିଲେ କିମ୍ବା ଆଦୌ ନଥିଲେ ତଣ୍ଡ ଗଣିବେ ଲୋକେ । ବଢୁଥିବା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଅମାନିଆଙ୍କୁ ସାବା କରିବାକୁ ଫାଇନ ଡବଲ କରାଯାଇଛି ।
ମାସ୍କ ପିନ୍ଧିନଥିବା ଅମାନିଆଙ୍କ ପାଇଁ ଜରିମାନା ବଢାଇଛନ୍ତି ସରକାର । ପ୍ରଥମ ଓ ୨ୟ ଥର ଧରାପଡ଼ିଲେ ୨ ହଜାର ଜରିମାନା ଦେବାକୁ ପଡ଼ିବ। ପରବର୍ତ୍ତୀ ଥର ଧରାପଡ଼ିଲେ ୫ ହଜାର ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ପ୍ରଥମ ଓ ୨ୟ ଥର ପାଇଁ ଜରିମାନା ୧ ହଜାର ଥିଲା। ଏବେ ଜରିମାନା ଦୁଇଗୁଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଆଜି ରାଜ୍ୟବାସୀଙ୍କ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି।
ଏଥିପାଇଁ ସମସ୍ତେ ମାସ୍କ ପିନ୍ଧିବା ପାଇଁ ସଂକଳ୍ପ ନେବା ଦରକାର ଏବଂ ମାସ୍କକୁ ସଠିକ୍ ଭାବେ ପିନ୍ଧିବା ଦରକାର। ମାସ୍କକୁ ବେକରେ ନ ଝୁଲାଇ ଠିକ୍ ଭାବେ ନାକକୁ ଘୋଡ଼ାଇ ପିନ୍ଧିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ମାହାମାରୀ ସହ ଲଢେଇ ପାଇଁ ମାସ୍କ ହିଁ ଏକମାତ୍ର ଅସ୍ତ୍ର ବୋଲି ନବୀନ ମନ୍ତ୍ର ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ମାସ୍କ ହିଁ ଏବେ ଏକମାତ୍ର ସୁରକ୍ଷା କବଚ । ଯେଉଁମାନେ ଟୀକା ନେଇ ନାହାନ୍ତି କିମ୍ବା ନେଇଛନ୍ତି ସେମାନେ ମାସ୍କ ପିନ୍ଧୁନ୍ତୁ । ରୋଜଗାର ବଞ୍ଚାଇବାକୁ, ଜୀବନ ଜୀବୀକା ବଞ୍ଚାଇବାକୁ ମାସ୍କ ପିନ୍ଧିବାକୁ ପଡିବ ।