ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ ଟିକା
ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ ଟିକାକରଣ । କରୋନା ଭାଇରସ୍ ଟୀକାକରଣକୁ ନେଇ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଦିନ ବଡ଼ ନିଷ୍ପତ୍ତି ନେଇଛନ୍ତି । ମାର୍ଚ୍ଚ ପହିଲାରୁ ବୟସ୍କମାନଙ୍କୁ ଟିକାକରଣ ଆରମ୍ଭ ହେବ । ଏନେଇ ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ସୂଚନା ଦେଇଛନ୍ତି। ସପ୍ତାହରେ ୫ ଦିନ ଟିକାକରଣ ବ୍ୟବସ୍ଥା କରାଯିବ ।
କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଅନୁଯାୟୀ, ମାର୍ଚ୍ଚ ୧ରୁ ଗମ୍ଭୀର ଶରୀରିକ ସମସ୍ୟା ଥିବା ୪୫ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଏବଂ ୬୦ରୁ ଊର୍ଦ୍ଧ୍ବ ବୟସ୍କଙ୍କୁ କରୋନା ଟିକା ଦିଆଯିବ। ଅଧିକ ସଂଖ୍ୟକ ବୟସ୍କ ଥିବାରୁ ଟିକା କେନ୍ଦ୍ରକୁ ପ୍ରସ୍ତୁତ କରାଯିବ । ଦେଶର ୧୦ହଜାର ସରକାରୀ ଟିକାକରଣ କେନ୍ଦ୍ର ଏବଂ ୨୦,୦୦୦ବେସରକାରୀ ଟିକାକରଣ କେନ୍ଦ୍ରରେ ଏମାନଙ୍କୁ ଟିକା ଦିଆଯିବ। ଘରୋଇ କେନ୍ଦ୍ରରେ ଟିକା ଦେବା ପାଇଁ ନିର୍ଦ୍ଦିଷ୍ଟ ଅର୍ଥ ଦେବାକୁ ପଡ଼ିବ । ତେବେ କେତେ ଟଙ୍କା ଦେବାକୁ ପଡ଼ିବ, ତିନି ଚାରି ମଧ୍ୟରେ ନିଷ୍ପତ୍ତି ହେବ ବୋଲି ପ୍ରକାଶ ଜାଭଡେକର କହିଛନ୍ତି।
ମାର୍ଚ୍ଚ ୧ରୁ ବୟସ୍କଙ୍କୁ ଟିକାକରଣ ନେଇ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର।ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ମେଡିକାଲ କଲେଜ , ସବ ଡିଭିଡନ ହସ୍ପିଟାଲ, ସିଏଚସି, ପିଏଚସିରେ ବି ହେବ ଟିକା କେନ୍ଦ୍ର । ଟିକାକରଣରେ ସ୍ଥାୟୀ ଏନଏମଙ୍କୁ ନିଯୁକ୍ତି କରାଯିବନି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ମେଡିକାଲ କଲେଜ ହେବ ଟିକା କେନ୍ଦ୍ର । ସବ ଡିଭିଡନ ହସ୍ପିଟାଲ, ସିଏଚସି, ପିଏଚସିରେ ବି ହେବ ଟିକା କେନ୍ଦ୍ର । ଟିକାକରଣରେ ସ୍ଥାୟୀ ଏନଏମଙ୍କୁ ନିଯୁକ୍ତି କରାଯିବନି । ୨୮ ଫେବ୍ରୁଆରୀ ସୁଦ୍ଧା ସମସ୍ତ କାର୍ୟ୍ୟ ସାରିବାକୁ ନିର୍ଦ୍ଦେଶ । ଜିଲ୍ଲାପାଳ, ଜିଲ୍ଲା ମାଜିଷ୍ଟ୍ରେଟ ଓ କମିଶନରଙ୍କୁ ଚିଠି ଲେଖିଛନ୍ତି ସରକାର ।