THE BYAPINI

ଟିକା ପାଇଁ ଆସୁଛନ୍ତି, କରୋନା ନେଇ ଫେରୁଛନ୍ତି?

Get real time updates directly on you device, subscribe now.

ଭ୍ୟାକ୍ସିନ୍‌ ନେବାକୁ ଆସି କରୋନା ନେଇ ଯିବେ ନାହିଁ ତ ଲୋକେ? ଏ ପ୍ରଶ୍ନ ଏଥିପାଇଁ ଉଠୁଛୁ, କାରଣ ଟିକାକରଣ କେନ୍ଦ୍ରରେ ଦେଖିବାକୁ ମିଳିଛି ଅମ୍ଭାଳ ଭିଡ । ରାତିରୁ ଲାଇନ ଲଗାଉଛନ୍ତି ଲୋକେ । ଆକଙ୍କ ଠେଲାପେଲା ଦେଖିଲେ ଲାଗୁଛି, ଟିକା ପାଇଁ ନୁହେଁ, ଘରକୁ କରୋନା ନେବା ପାଇଁ ଆସିଛନ୍ତି? କୋଭିଡ଼ ସଂକ୍ରମଣରେ ରୋକ୍ ଲଗାଇବାପାଇଁ ସରକାର ଲକ୍ଡ଼ାଉନ୍ କଟକଣା ଲାଗୁ କରିଛନ୍ତି । କିନ୍ତୁ ଟିକାକରଣ କେନ୍ଦ୍ରରେ ଯେଉଁଭଳି ଭିଡ ହେଉଛି ଟିକା କେନ୍ଦ୍ର ସୁପର ସ୍ପ୍ରେଡର ପାଲଟିବନି ତ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଟିକାକରଣ କେନ୍ଦ୍ରରୁ ଏଭଳି ଦୃଶ୍ୟ ଆସୁଛି ଯାହାକୁ ନେଇ ଚିନ୍ତା ବଢିଛି । କଟକ ଏସସିବି ମେଡିକାଲ କଲେଜରେ ଟିକା ମିଳିବ ଭାବି ରାତି ୩ଟାରୁ ଲୋକ ଲଗାଇଥିଲେ ଭିଡ । ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ମଧ୍ୟ ଲାଇନ ଲଗାଇଥିଲେ । ହେଲେ ସରକାରଙ୍କ ନିୟମ ଅନୁସାରେ ସକାଳ ସମୟରେ ୧୮ ବର୍ଷରୁ ଅଧିକ ଏବଂ ଅପରାହ୍ନରେ ବୟସ୍କଙ୍କ ଟିକାକରଣ ହେଉଥିବାରୁ ଏମାନଙ୍କୁ ନିରାଶ ହେବାକୁ ପଡିଛି ।ସେପଟେ ଯାଜପୁର ରୋଡ ମେଡିକାଲରେ ମଧ୍ୟ ଲୋକେ ଟିକା ନେବାପାଇଁ ରାତି ୪ଟାରୁ ଧାଡି ଲଗାଇଥିବା ଦେଖିବାକୁ ମିଳିଛି । ଅତ୍ୟଧିକ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୁତୟନ ହୋଇଛି । ପୂର୍ବରୁ ଟୋକନ ଜରିଆରେ ଲୋକଙ୍କ ଟିକାକରଣ ହେଉଥିବାବେଳେ ଭିଡ କମ୍ କରିବାକୁ ଏବେ ହସ୍ପିଟାଲ କର୍ତୃପକ୍ଷ ହିତାଧିକାରୀଙ୍କୁ ଫୋନ କରି ଟିକା ନେବା ପାଇଁ ଡାକୁଛନ୍ତି ।

କେବେଳ କଟକ, ଯାଜପୁର ନୁହେଁ ଆନନ୍ଦପୁର,ଜଗତସିଂହପୁର,ରାୟଗଡା, ଭଦ୍ରକ ସବୁଠି ଏମିତି ଦୃୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟର ସବୁ ଜିଲ୍ଲାରୁ ସମାନ ଚିତ୍ରଦେଖିବାକୁ ମିଳିଛି । ଲୋକେ ସାମାଜିକ ଦୂରତା ଭୁଲି ଟିକା ପାଇଁ ପ୍ରବଳ ଗହଳି ଲଗାଉଛନ୍ତି । କେହି କେହି ତ ରାତି ୨ଟାରୁ ଆସି ଲାଇନ ଲଗାଇଥିବା ଜଣାପଡ଼ିଛି ।ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ରହିଥିଲେ ମଧ୍ୟ ଟିକା ନ ମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଟିକାଦାନ ସହ ପଞ୍ଜିକରଣ ପାଇଁ ମଧ୍ୟ ଲୋକେ ଲମ୍ବା ଲାଇନ୍ ଲଗାଇବା ସହ ଭିଡ଼ କରୁଥିବାର ଦେଖିବାକୁ ମିଳୁଛି। ଯାହାକୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡ଼ିଛି।

Get real time updates directly on you device, subscribe now.

Leave A Reply

Your email address will not be published.