THE BYAPINI

ଦିଲ୍ଲୀରେ ୮ ଟଙ୍କା କମିଲା ପେଟ୍ରୋଲ

Get real time updates directly on you device, subscribe now.

ଶସ୍ତା ହେଲା ପେଟ୍ରୋଲ । ରାଜଧାନୀ ଦିଲ୍ଲୀରୁ ଆସିଛି ଆଶ୍ୱସ୍ତିକର ଖବର । ଦିଲ୍ଲୀ ସରକାର ସାଧରଣ ଲୋକଙ୍କୁ ପକେଟକୁ ଦୃଷ୍ଟିରେ ରଖି ପେଟ୍ରୋଲ ଦାମ କମ୍ କରିଛନ୍ତି । ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ଭାଟ କମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିପାଇଁ ଏକ ଲିଟର ପେଟ୍ରୋଲ ପିଛା ୮ ଟଙ୍କା ଶସ୍ତା ହୋଇଛି ।
ଦିଲ୍ଲୀ ସରକାର ପେଟ୍ରୋଲ ଉପରେ ଲାଗୁଥିବା ଭ୍ୟାଟକୁ ୩୦ ପ୍ରତିଶତରୁ କମ କରି ୧୯.୪୦ ପ୍ରତିଶତ କରି ଦେଇଛନ୍ତି ।ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ୧୦୩ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । ନୂଆ ଦର ଲାଗୁ ହେବା ପରେ ପେଟ୍ରୋଲ ଦର ୧୦୦ ତଳକୁ ଖସି ଆସିବ ।ଆଜି ମଧ୍ୟ ରାତିରୁ ଦିଲ୍ଲୀରେ ପେଟ୍ରୋଲ ଦର ଶସ୍ତା ହୋଇଯିବ । ଅନେକ ଦିନ ଧରି ପେଟ୍ରୋଲ ଦର ବଢିବା ପରେ ଦିପାବଳୀରେ କେନ୍ଦ୍ର ସରକାର ଜନତାଙ୍କୁ ଗିଫ୍ଟ ଦେଇଥିଲେ ଆଉ ଏକ୍ସସାଇଜ ଡ୍ୟୁଟି ୫ ଓ ୧୦ ଟଙ୍କା କମ କରିଥିଲେ । ଏହାପରେ କିଛି ରାଜ୍ୟ ମଧ୍ୟ ପେଟ୍ରୋଲ ଉପରେ ଭ୍ୟାଟ କମ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.