ଲଗାତର ଭାବେ ବଢିଚାଲିଛି ତେଲଦର । ଆଜି ପେଟ୍ରୋଲ ଲିଟର ପିଛା ୮୬ ଓ ଡିଜେଲ ୭୪ ପଇସା ମହଙ୍ଗା ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ପଇସା ଓ ଡିଜେଲ ଲିଟର ପିଛା ୭୪ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୦୭ଟଙ୍କା ୧୧ ଓ ଡିଜେଲ ଲିଟର ପିଛା ଦର ୯୬ ଟଙ୍କା ୮୩ ପଇସାରେ ପହଞ୍ଚିଛି । ଗତ ୮ ଦିନ ଭିତରେ ପେଟ୍ରୋଲ ଡିଜେଲ ଦର ୭ ଥର ବଢିଲାଣି ତେଲ ଦର । ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହା ସିଧାସଳଖ ଖାଉଟିଙ୍କ ପକେଟକୁ ପ୍ରଭାବିତ କରିଛି ।
୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ପେଟ୍ରୋଲ ଓ ଡିଜେଲ ମୂଲ୍ୟ କିଛି ସମୟ ସ୍ଥିର ରଖା ଯାଇଥିଲା। ରାଜ୍ୟମାନଙ୍କରେ ନୂଆ ସରକାର ଗଠନ ସହ ପୁଣି ତୈଳ ଦର ମହଙ୍ଗା ହେବ ବୋଲି ବିରୋଧୀ ଦଳମାନେ କରିଥିବା ପୂର୍ବାନୁମାନ ଏବେ ସତ୍ୟ ସାବ୍ୟସ୍ତ ହୋଇଛି। ଏହା ପୂର୍ବରୁ କେନ୍ଦ୍ର ସରକାର କେବଳ ଡିଜେଲ ଦର ମୂଲ୍ୟରେ ଲିଟର ପିଛା ୨୫ ଟଙ୍କା ମହଙ୍ଗା କରିଥିଲେ।
ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ୭୬ ପଇସାରୁ ଅଧିକ ବଢିଲା । ସେହିପରି ଡିଜେଲ୍ ଲିଟର ପିଛା ୬୭ ପଇସାରୁ ଅଧିକ ବଢିଛି । ଦିଲ୍ଲୀରେ ପେଟ୍ରୋଲ ୧୦୦.୨୧ ଓ ଡିଜେଲ୍ ୯୧.୪୭ ଟଙ୍କା । ମୁମ୍ବାଇରେ ପେଟ୍ରୋଲ ୧୧୫.୦୪ ଓ ଡିଜେଲ୍ ୯୯.୨୫ଟଙ୍କା । ଚେନ୍ନାଇରେ ପେଟ୍ରୋଲ ୧୦୫.୯୪ ଓ ଡିଜେଲ୍ ୯୬ ଟଙ୍କା । କୋଲକାତାରେ ପେଟ୍ରୋଲ ୧୦୯.୬୮ ଓ ଡିଜେଲ୍ ୯୪.୬୨ ଟଙ୍କା । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ଓ ଡିଜେଲ ୭୪ ପଇସା ମହଙ୍ଗା । ପେଟ୍ରୋଲ ଲିଟର ୧୦୭ଟଙ୍କା ୧୧ ଓ ଡିଜେଲ ଲିଟର ପିଛା ଦର ୯୬ ଟଙ୍କା ୮୩ ପଇସା ହୋଇଛି ।