THE BYAPINI

ତେଲ ଦରରେ ଲାଗୁନି ବ୍ରେକ୍

Get real time updates directly on you device, subscribe now.

ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୩୭ ପଇସା ଓ ଡିଜେଲ ୪୦ ପଇସା ମହଙ୍ଗା ହୋଇଛି ।ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ବଢିବା ଦ୍ୱାରା ସରକାରୀ କମ୍ପାନି ଗୁଡିକ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢାଇ ଚାଲିଛନ୍ତି । ହେଲେ ତେଲରୁ ସରକାର ଆଦାୟ କରୁଥିବା ଚଢା ଟିକସ ସାଧାରଣ ଲୋକଙ୍କୁ ଅଣନିଶ୍ୱାସୀ କରିଦେଇଛି । ବିଶ୍ୱ ବଜାରକୁ ଦେଖି ତେଲ ଦର ନିୟନ୍ତ୍ରଣ ହେଉଥିବା ବେଳେ ସରକାର କିନ୍ତୁ ତେଲରୁ ନିୟମିତ ଲାଭ କରି ଚାଲିଛନ୍ତି ।
ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୧୦ ଟଙ୍କା ୬୯ ପଇସା ଓ ଡିଜେଲ ଲିଟର ୧୦୭ ଟଙ୍କା ୩୯ ପଇସା ହୋଇଛି ।ମହାମାରୀ ସମୟରେ ଟିକସ ବୃଦ୍ଧି କରି ଗ୍ରାହକଙ୍କ ଉପରେ ଦରବୃଦ୍ଧି ବୋଝ ଲଦି ଦିଆଯାଇଛି । ଅଶୋଧିତ ତୈଳ ଦର ୧୯ ଡଲାର ଥିବା ବେଳେ ୧୯ ଟଙ୍କା ୯୮ ପଇସା ଟିକସ ବଢିଥିଲା ।ଏବେ ଅଶୋଧିତ ତୈଳ ବ୍ୟାରେଲ ୮୫ ଡଲାର, ତଥାପି ଟିକସ କମାଉନାହାନ୍ତି କେନ୍ଦ୍ର ସରକାର ।
କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲିଟର ପିଛା ୩୨ ଟଙ୍କା ୯୦ ପଇସା ଆଦାୟ କରୁଛନ୍ତି ।ସେହିପରି ଗୋଟିଏ ଲିଟର ଡିଜେଲ ଉପରେ ୩୧ ଟଙ୍କା ୮୦ ପଇସା ଆଦାୟ କରୁଛି କେନ୍ଦ୍ର । ଟିକସରେ ରାସ୍ତା ନିର୍ମାଣ ସେସ୍ ବାବଦରେ କେନ୍ଦ୍ର ଆଦାୟ କରୁଛି ଲିଟର ପିଛା ୧୮ ଟଙ୍କା । ୨୦୨୧ ମାର୍ଚ୍ଚରୁ ୬ ମାସ ମଧ୍ୟରେ ୧ ଲକ୍ଷ ୭୦ ହଜାର କୋଟି ଟିକସ ସଂଗ୍ରହ ହୋଇଛି । ଗତ ଆର୍ଥିକ ବର୍ଷ ତୁଳନାରେ ୩୩ ପ୍ରତିଶତ ଅଧିକ ଟିକସ ସଂଗ୍ରହ କରିଛନ୍ତି କେନ୍ଦ୍ର ସରକାର

Get real time updates directly on you device, subscribe now.

Leave A Reply

Your email address will not be published.