THE BYAPINI

ତେଲ ଦରରରେ ଲାଗୁନି ବ୍ରେକ୍‌

Get real time updates directly on you device, subscribe now.

ନିୟମିତ ବଢ଼ିଚାଲିଛିି ତେଲ ଦର ।ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ଦେଶରେ ଆଜି ପେଟ୍ରୋଲ ଓ ଡିଜେଲ୍ ଦର ଲିଟର୍ ପିଛା ୮୦ ପଇସା ବୃଦ୍ଧି ପାଇଛି । ଗତ ନଅ ଦିନରେ ଆଠଥର ବଢ଼ିଲାଣି ତୈଳ ଦର । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବୃଦ୍ଧି ପାଉଛି । ଯାହାର ସିଧାସଳଖ ପ୍ରଭାବ ଜନସାଧାରଣଙ୍କ ପକେଟ୍ ଉପରେ ପଡ଼ିଛି ।
ଭୁବନେଶ୍ୱରରେ ପେଟ୍ରୋଲ୍ ଦର ଲିଟର୍ ପିଛା ୮୬ ପଇସା ଓ ଡିଜେଲ୍ ଲିଟର୍ ପିଛା ୮୫ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ପେଟ୍ରୋଲ୍ ଲିଟର୍ ପିଛା ୧୦୭ ଟଙ୍କା ୭୯ ପଇସା ଏବଂ ଡିଜେଲ୍ ଲିଟର୍ ପିଛା ୯୭ ଟଙ୍କା ୫୭ ପଇସାରେ ପହଞ୍ଚିଛି ।
ନୂଆ ଦର ସହ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୧.୦୧ ଟଙ୍କା ବୃଦ୍ଧି ପାଇଥିବା ବେଳେ ପୂର୍ବରୁ ଏହା ୧୦୦.୨୧ ଟଙ୍କା ଥିଲା। ସେହିପରି ଡିଜେଲ ଦର ଲିଟର ପ୍ରତି ୯୧.୪୭ ଟଙ୍କାରୁ ବୃଦ୍ଧି ପାଇ ୯୨.୨୭ ଟଙ୍କା ଛୁଇଁଛି।ମୁମ୍ବାଇରେ ପ୍ରେଟ୍ରୋଲ ଲିଟର ୧୧୫.୮୮ ଟଙ୍କାରେ ପହଞ୍ଚି ଥିବା ବେଳେ ପୂର୍ବରୁ ଏହା ୧୦୦.୧୦ ଟଙ୍କା ଥିଲା। ସମଗ୍ର ଦେଶରେ ଆଞ୍ଚଳିକ ଟ୍ୟାକ୍ସ ଅନୁଯାୟୀ ବର୍ଦ୍ଧିତ ତାଲ ଦର ଲାଗୁ ହେଉଛି। ମାତ୍ର ୧୨ ଦିନରେ ତେଲ ଦର ୯ଥର ବୃଦ୍ଧି ଘଟିଲାଣି। ମାର୍ଚ୍ଚ ୨୨ ପରଠାରୁ ନିୟମିତ ବ୍ୟବଧାନରେ ତେଲ ଦର ବୃଦ୍ଧି ପାଇବା ଉପଭୋକ୍ତାଙ୍କୁ ଚିନ୍ତାରେ ପକାଇଛି। ନିକଟରେ ୫ ରାଜ୍ୟରେ ନିର୍ବାଚନ ସରିବା ପରେ କ୍ରାଗତ ଭାବେ ତେଲ ଦର ବୃଦ୍ଧି ପାଉଛି। ପେଟ୍ରୋଲ୍ ଓ ଡିଜେଲର ନିୟମିତ ଦରବୃଦ୍ଧି ଅସହ୍ୟ ହୋଇପଡ଼ିଛି।

Get real time updates directly on you device, subscribe now.

Leave A Reply

Your email address will not be published.