THE BYAPINI

ପେଟ୍ରୋଲ ପଲିଟିକ୍ସ

Get real time updates directly on you device, subscribe now.

ଗତ କିଛି ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଯେଉଁଭଳି ଭାବେ ହେଉଛି, ତେଲ କିଣିଲା ବେଳକୁ ଗ୍ରାହକଙ୍କ ପକେଟ୍ ପୋଡୁଛି ।କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ସମ୍ବେଦନଶୀଳ ପ୍ରସଙ୍ଗଟିକୁ ଅସ୍ତ୍ର କରି ଆଜି ରାସ୍ତାକ ଓହ୍ଲାଇଛି କଂଗ୍ରେସ । କଂଗ୍ରେସର ଓଡିଶା ବନ୍ଦ ପାଳନର ପ୍ରଭାବ ରାଜ୍ୟର ସବୁ ଜିଲ୍ଲାରେ ଦେଖିବାକୁ ମିଳିଛି । ଗାଡି ମୋଟର ଅଟକିଛି ,ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଥିବା କଂଗ୍ରେସ ଦାବି କରିିଥିବା ବେଳେ ବିଜେଡି କହିଛି, ଏହି ବନ୍ଦର ପ୍ରଭାବ କେନ୍ଦ୍ର ଉପରେ ପଡିବ । ସେପଟେ ବିଜେପି କହିଛି, କଂଗ୍ରେସର ଭୋଟ ହାର ଓଡିଶାରେ କମିଛି । ତେଣୁ କଂଗ୍ରେସ ବିପର୍ଯ୍ୟୟରୁ ନଜର ହଟାଇବାକୁ ଏଭଳି ବନ୍ଦ ପାଳନ କରିଛି ।

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପି ୬ ଘଂଟିଆ ବନ୍ଦ ପାଳନ କରାଯାଇଛି । ସକାଳ ୭ରୁ ଦିନ ଗୋଟାଏ ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ରାସ୍ତାକୁ ଓହ୍ଲାଇଥିଲେ । ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ ନେତା ଓ କର୍ମୀ ମାନେ ସକାଳୁ ସକାଳୁ ପିକେଟିଂ ଆରମ୍ଭ କରିଦେଇଥିଲେ । ବନ୍ଦ ପାଳନ ବେଳେ ରେଳ ରୋକରୁ ଆରମ୍ଭ କରି ଜାତୀୟ ରାଜପଥ ଅବରୋଧ କରିବାର ରଣନୀତି ଆପାଣାଇଥିଲା କଂଗ୍ରେସ ଦଳ । ଗାଡି ମଟର ବନ୍ଦ ଯୋଗୁଁ ଯାତ୍ରୀମାନେ ବସଷ୍ଟାଣ୍ଡରେ ଅଟକି ରହିଥିଲେ ।

ବନ୍ଦ ପାଳନ ବେଳେ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଥିଲା । ପୂର୍ବ ଘୋଷଣା ମୁତାବକ, ରୋଗୀ ,ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ଓ ଜରୁରୀ ସେବାରେ ନିୟୋଜିତ କର୍ମୀମାନଙ୍କୁ ଆନ୍ଦୋଳନକାରୀ ଅଟକାଇନଥିଲେ ମଧ୍ୟ କିଛି ଯାଗାରେ ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କ ଆକ୍ରାମଣାତ୍ମକ ଭୂମିକା ଦେଖିବାକୁ ମିଳିଛି । ଲୋକସେବା ଭବନ ଘେରାଉ ପାଇଁ ଯାଉଥିବା ବେଳେ ଛାତ୍ର ଓ ଯୁବ କଂଗ୍ରେସ କର୍ମୀ ଯାଉଥିବା ବେଳେ ଗାନ୍ଧୀମାର୍ଗରେ ପୁଲିସ ସହ ଧସ୍ତାଧସ୍ତି ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା ।

ପେଟ୍ରୋଲ ଓ ଡିଜେଲ ଦର ସାଧାରଣ ଉପଭୋକ୍ତାଙ୍କୁ ବାଧୁଥିବାରୁ ବନ୍ଦକୁ ସମର୍ଥନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ପିସିସି ସଭାପତି । ଆଉ ୬ ଘଂଟାର ଓଡିଶା ବନ୍ଦକୁ ଅଭୂତପୂର୍ବ ସଫଳତା ମିଳିଥିବା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ବିଜେଡି ମଧ୍ୟ ଏହାକୁ ସାଧରଣ ଲୋକଙ୍କ ସମସ୍ୟା ହେଉଥିବାରୁ ଏହାର ପ୍ରଭାବ କେନ୍ଦ୍ର ଉପରେ ପଡିବ ବୋଲି କହିଛି । ସେପଟେ ବିପର୍ଯ୍ୟୟ ଉପରୁ ନଜର ହଟାଇବାକୁ କଗ୍ରେସ ଏଭଳି ବନ୍ଦ ପାଳନ କରୁଥିବା ବିଜେପି କହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.