THE BYAPINI

ପେଟ୍ରୋଲ ଦରରେ ଲାଗୁନି ବ୍ରେକ୍

Get real time updates directly on you device, subscribe now.

ପେଟ୍ରୋଲ ଦରରେ ଲାଗୁନି ବ୍ରେକ୍ । ଆକାଶଛୁଆଁ ହେବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ତୈଳ ଦର । ଚଳିତ ସପ୍ତାହରେ ଚାରିଥର ବୃଦ୍ଧି ପାଇଲାଣି ପେଟ୍ରୋଲ ଓ ଡିଜେଲ ଦର। ଫଳରେ ପ୍ରତିଦିନ ଦର ନୂଆ ଶିଖରରେ ପହଞ୍ଚୁଛି। ଲଗାତାର ତେଲଦର ବଢିବା ଫଳରେ ଏବେ ଖାଉଟି ଚିନ୍ତାରେ ପଡ଼ିଛନ୍ତି ।

ରାଜ୍ୟର ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ଟଙ୍କା ୪୨ପଇସା ରହିଛି । ସେହିପରି ଡିଜେଲ ଦର ୮୭ଟଙ୍କା ୫୬ ପଇସା ରହିଛି। ଆଜି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ପିଛା ୮୬ଟଙ୍କା ୩୮ ପଇସା ଓ ଡିଜେଲ ୮୨ଟଙ୍କା ୬୮ପଇସାରେ ପହଞ୍ଚିଛି।

ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୮୫ଟଙ୍କା ୭୦ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୭୫ଟଙ୍କା ୮୮ପଇସାରେ ପହଞ୍ଚିଛି। ତେବେ ରବିବାର ରାଜସ୍ଥାନର ଗଙ୍ଗାନଗରରେ ପେଟ୍ରୋଲ-ଡିଜେଲ୍ ବିକ୍ରି ସବୁ ରେକର୍ଡ ଭାଙ୍ଗି ଦେଇଛି। ଏଠାରେ ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲର ଦର ଲିଟର ପିଛା ୧୦୦.୫୧ ଟଙ୍କା ପର୍ୟ୍ୟନ୍ତ ପହଞ୍ଚିଛି। ସେହିପରି ଡିଜେଲ୍ ଦର ଲିଟର ପିଛା ୮୯.୪୬ ଟଙ୍କାରେ ବିକ୍ରି ହେଉଛି। ତେବେ ଏଠାରେ ସାଧାରଣ ପେଟ୍ରୋଲ୍ ଦର ଲିଟରପିଛା ୯୭.୭୬ ଟଙ୍କାରେ ବିକ୍ରି ହେଉଛି।

ମୁମ୍ବାଇରେ ପେଟ୍ରୋଲ ଦର ୯୨ ଟଙ୍କା ୨୮ ପଇସା ରହିଥିବା ବେଳେ ଦିଲ୍ଲୀରେ ପେଟ୍ରୋଲ ଦର ୮୪ ଟଙ୍କା ୭୦ ପଇସା ରହିଛି । କୋଲକାତାରେ ପେଟ୍ରୋଲ ଦର ୮୭ ଟଙ୍କା ୧୧ ପଇସା ରହିଛି । ସେହିପରି ଡିଜେଲ ଦର ଚେନ୍ନାଇରେ ୮୧ ଟଙ୍କା ୧୪ ପଇସା, ଦିଲ୍ଲୀରେ ୭୫ ଟଙ୍କା ୮୮ ପଇସା, କୋଲକାତାରେ ୭୯ ଟଙ୍କା ୮୮ ପଇସା ଓ ମୁମ୍ବାଇରେ ୮୨ ଟଙ୍କା ୬୬ ପଇସା ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.