ମେ’୧୩ରେ ପଡିବ ପିପିଲି ଭୋଟ୍
ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇଛି।ଆସନ୍ତା ମେ ୧୩ ତାରିଖରେ ପଡିବ ପିପିଲି ଉପ ନିର୍ବାଚନ ଭୋଟ୍ । ମେ ୧୬ରେ ହେବ ଭୋଟ ଗଣତି ହେବ। ଏପ୍ରିଲ୍ ୨୬ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବେ । ୨୭ରେ ସ୍କ୍ରୁଟିନିଂ ପରେ ୨୯ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରି ହେବ ।
ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଏପ୍ରିଲ ୧୭ତାରିଖରେ ହେବାର କାର୍ୟ୍ୟସୂଚୀ ରହିଥିଲା। କିନ୍ତୁ ଏପ୍ରିଲ ୧୪ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ଯୋଗୁ ଏହି ଭୋଟଗ୍ରହଣକୁ ସ୍ଥଗିତ ରଖାଯାଇଥିଲା। ତେବେ କେବଳ କଂଗ୍ରେସକୁ ନୂତନ ପ୍ରାର୍ଥୀ ଦେବାକୁ ସୁଯୋଗ ମିଳିବ। ବିଜେଡି ପକ୍ଷରୁ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ନିର୍ବାଚନ ଲଢୁଥିବା ବେଳେ ବିଜେପି ପକ୍ଷରୁ ମଇଦାନରେ ଅଛନ୍ତି ଆଶ୍ରିତ ପଟ୍ଟନାୟକ। ଏବେ କଂଗ୍ରେସ କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିବା ବାକି ରହିଲା। ତେବେ ଅଜିତ୍ଙ୍କ ପରିବାରରୁ ପ୍ରାର୍ଥୀ କରାଯାଇପାରେ ବୋଲି କୁହାଯାଉଛି।
ଉପନିର୍ବାଚନ ପାଇଁ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରିଥିଲେ। କିନ୍ତୁ ମତଦାନର ୩ ଦିନ ପୂର୍ବରୁ ଗତ ୧୪ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଉପନିର୍ବାଚନ ସ୍ଥଗିତ ରଖାଯାଇଥିଲା। ଏବେ ଏହି ଉପନିର୍ବାଚନ ପାଇଁ କେବଳ ନୂଆ କଂଗ୍ରେସର ପ୍ରାର୍ଥୀ ହିଁ ନାମାଙ୍କନ ଦାଖଲ କରିପାରିବେ।