THE BYAPINI

ପିପିଲି ପାଇଁ ପ୍ରାର୍ଥୀ ଖୋଜା

Get real time updates directly on you device, subscribe now.

ପିପିଲି ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଖୋଜା । କାହାକୁ ମିଳିବ ଟିକେଟ? ମାଆ ନା ପୁଅ? ପିପିଲି ଓ ଡେଲାଙ୍ଗ ବ୍ଲକର ନେତା ଓ କର୍ମୀଙ୍କୁ ଡାକି ଆଲୋଚନା କରିଛନ୍ତି ପିପିଲି ପାଇଁ ଦଳୀୟ ପର୍ୟ୍ୟବେକ୍ଷକ ପ୍ରତାପ ଦେବ । ଟିକେଟ ପାଇଁ ମହାରଥୀ ପରିବାରର ମା ଓ ପୁଅଙ୍କୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ବିଜେଡି କର୍ମୀ ଦୁଇଭାଗ ହୋଇଛନ୍ତି ।

ପିପିଲି ଉପନିର୍ବାଚନ ପାଇଁ ଏବେ ମା ଓ ପୁଅଙ୍କ ନାଁକୁ ନେଇ ଚର୍ଚ୍ଚା । ପିପିଲିରେ ପ୍ରାର୍ଥୀ କିଏ ହେଲେ ଭଲ ହେବ ଏବଂ ଦଳର ପ୍ରଚାର ରଣନୀତି କଣ ରହିବ ସେନେଇ ବିଚାର ବିମର୍ଶ ଚାଲିଛି । ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ କହିଛନ୍ତି, ମହାରଥୀଙ୍କ ପତ୍ନୀଙ୍କୁ ଟିକେଟ ଦେଲେ ଦଳର ବିଜୟ ସମ୍ଭାବନା ରହିଛି। କିନ୍ତୁ ଦଳ ସୁପ୍ରିମୋ ଯାହାକୁ ଟିକେଟ ଦେବେ ସେମାନେ ତାଙ୍କୁ ଗ୍ରହଣ କରିବେ ବୋଲି କହିଛନ୍ତି । ସେପଟେ ଡେଲାଙ୍ଗର କିଛି ବ୍ଲକ ସ୍ତରୀୟ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କ ସପକ୍ଷରେ ବାଢିଛନ୍ତି ଯୁକ୍ତି । ସେମାନଙ୍କ ଯୁକ୍ତି ହେଲା, ରୁଦ୍ରଙ୍କୁ ଟିକେଟ ଦିଆଗଲେ ଯୁବପିଢୀଙ୍କ ଉତ୍ସାହ ବଢିବ ।

ପିପିଲି ପାଇଁ କିଏ ପ୍ରାର୍ଥୀ ହେଲେ ଭଲ ହେବ ସେ ନେଇ ଦଳୀୟ ପର୍ୟ୍ୟବେକ୍ଷକ ପ୍ରତାପ ଦେବ ପ୍ରାର୍ଥୀ କିଏ ହେବ ସେ ନେଇ ଦଳୀୟ ନେତାଙ୍କ ସହ ସିଧାସଳଖ କରିଛନ୍ତି । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏଠାରେ ଆଉ କିଛି ଦିନ ପରେ ଉପନିର୍ବାଚନ ହେବ । ଏଥିପାଇଁ ଜୋର ଧରିଲାଣି ରାଜନୀତି ପାଣିପାଗ । ତେବେ ମହାରଥୀଙ୍କ ପରିବାରରୁ କାହାକୁ ବାଛିବେ ନା ସସପେନ୍ସ ରଖି ବାଲେଶ୍ୱର ଭଳି ସରପ୍ରାଇଜ ଦେବେ ବିଜେଡି ସୁପ୍ରିମୋ. ତାଉପରେ ରହିଛି ସମସ୍ତଙ୍କ ନଜର । ବିଜେଡି କର୍ମୀ ଏବେ ଅପେକ୍ଷା କରିଛନ୍ତି କାହାକୁ ମିଳିବ ଦଳୀୟ ଟିକେଟ ଓ କିଏ ହେବ ସେମାନଙ୍କ ନେତା ।

Get real time updates directly on you device, subscribe now.

Leave A Reply

Your email address will not be published.