THE BYAPINI

ପ୍ରତିଭା ନା ରୁଦ୍ର… କାହାକୁ ମିଳିବ ଟିକେଟ?

Get real time updates directly on you device, subscribe now.

କାହାକୁ ମିଳିବ ପିପିଲି ଟିକେଟ? ପିପିଲି ଉପନିର୍ବାଚନ ପାଇଁ ବିଜେଡି କାହାକୁ ସାମାନକୁ ଆଣିବ । ଦିବଂଗତ ପ୍ରଦୀପ ମହାରଥୀଙ୍କ ପରିବାରରୁ ନା ବାହାରୁ ? ତାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଥିବା ବେଳେ ମନ୍ତ୍ରୀ ସମୀର ଦାସ ଏକ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି, ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାରରୁ ମିଳିପାରେ ଜଣକୁ ଟିକେଟ । ମହାରଥୀଙ୍କ ପରିବାରରୁ ଜଣକୁ ପ୍ରାର୍ଥୀ କରିବା ପାଇଁ ସ୍ଥାନୀୟ ଲୋକ ମତାମତ ଦେଉଥିବାସମୀର ଦାସ କହିଛନ୍ତି ।

ଆସନ୍ତା ସପ୍ତାହରେ ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ଏପଟେ ପିପିଲିରେ କିଏ ପ୍ରାର୍ଥୀ ହେବ ତାକୁ ନେଇ ଅବଗଣନା ଆରମ୍ଭ ହୋଇଯାଇଛି । ମାଆ ପ୍ରତିଭା ମହାରଥୀ ନା ପୁଅ ରୁଦ୍ର ମହାରଥୀ । ପୁରୁଣା କର୍ମୀ ମାନେ ପ୍ରତିଭାଙ୍କ ସପକ୍ଷରେ ଥିବା ବେଳେ ଯୁବଗୋଷ୍ଠୀ ମାନେ ରୁଦ୍ର ନିର୍ବାଚନ ଲଢିବା ନେଇ ସମର୍ଥନ କରୁଛନ୍ତି । ତେବେ ମିଳିଥିବା ଖବର ମୁତାବକ ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ଦେବା ଲାଗି ଆଲୋଚନା ଚାଲିଛି । ପିପିଲି ଉପନିର୍ବାଚନ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ସେ କହିଛନ୍ତି ପିପିଲି ତାଙ୍କ ପାଖ ନିର୍ବାଚନମଣ୍ଡଳୀ ହୋଇଥିବାରୁ ସେ ଲୋକଙ୍କ ସଂପର୍କରେ ଅଛନ୍ତି । ସଭାସମିତି କରୁଛନ୍ତି । ତେବେ ଲୋକଙ୍କ ମାନସିକତା କିଭଳି ରହିଛି ପ୍ରଶ୍ନର ଉତରରେ ମନ୍ତ୍ରୀ କହିଛନ୍ତି, ଯେ ମହାରଥୀଙ୍କ ପରିବାରରୁ ଜଣକୁ ପ୍ରାର୍ଥୀ କରିବା ପାଇଁ ଲୋକ ମତାମତ ଦେଉଛନ୍ତି ।ନିର୍ବାଚନ ମଣ୍ଡଳୀ ପାଇଁ ପ୍ରତୀପ ମହାରଥୀଙ୍କ ବଡ଼ ଅବଦାନ ରହିଥିବାରୁ ତାଙ୍କ ପରିବାରରୁ ଜଣକୁ ପ୍ରାର୍ଥୀ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି ।

ମିଳିଥିବା ଖବର ଅନୁସାରେ ଦିବଂଗତ ପ୍ରଦୀପ ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ଦେବା ପାଇଁ ହାଇକମାଣ୍ଡ ନବୀନ ପଟ୍ଟନାୟକ ସଂକେତ ଦେଇଛନ୍ତି । ତେବେ ପତ୍ନୀ ପ୍ରତିଭା ମହାରଥୀଙ୍କୁ ଟିକେଟ ମିଳିବ ନା ପୁଅ ରୁଦ୍ର ମହାରଥୀ ଟିକେଟ ପାଇବେ ତାକୁ ନେଇ ସନ୍ଦେହ ଦୂର ହୋଇନାହିଁ । ସେହିପରି ମହାରଥୀଙ୍କ ପରିବାରକୁ ବାଦ ଦେଇ ଜଣେ ବରିଷ୍ଠ ପ୍ରଶାସିକାଙ୍କୁ ବିଜେଡି ନିର୍ବାଚନରେ ଆଣିବ ବୋଲି କିଛି ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.

Leave A Reply

Your email address will not be published.