ବଢିଲା +୨ ସିଟ୍
ବଢିଲା +୨ ସିଟ ସଂଖ୍ୟା । ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ୫୪ ହଜାର ୯୦୦ସିଟ ବୃଦ୍ଧି ହେଲା । ୭୨ ହଜାର ସିଟ ବୃଦ୍ଧି ପାଇଁ ମୋଟ ଆବେଦନ ଆସିଥିଲା । କଳାରେ ସିଟ ବୃଦ୍ଧି ପାଇଁ ୪୦ହଜାର ଆବେଦନ ଆସିଥିବାବେଳେ ୩୮ହଜାର ସିଟ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି। ବିଜ୍ଞାନରେ ସିଟ ବୃଦ୍ଧି ପାଇଁ ୨୫ହଜାର ଆବେଦନ ଆସିଥିଲା ୧୩ ହଜାରକୁ ଅନୁମତି ଦିଆଯାଇଛି । ସେହିପରି ବାଣିଜ୍ୟରେ ୪ହଜାର ଆବେଦନ ରୁ ୩୯୦୦କୁ ସିଟକୁ ଅନୁମତି ମିଳିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଆସନ୍ତା ୧୨ ତାରିଖରୁ ଯୁକ୍ତ ପାଇଁ ଆବେଦନ ଆରମ୍ଭ ହେବ। ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିବେ।କରୋନା ପାଇଁ କୌଣସି ଆଡ଼ମିଶନ ଫି ବୃଦ୍ଧି ହେବନି ବୋଲି ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।