+୨ ପ୍ରଶ୍ନପତ୍ରରେ ପରିବର୍ତ୍ତନ
ବଦଳିବ ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନୋପତ୍ର । ମହାମାରୀ କୋଭିଡ ପାଇଁ ପ୍ରଶ୍ନପତ୍ର ବାଧାପ୍ରାପ୍ତ ହୋଇଛି । ଏଥିପାଇଁ ନୂଆ ଢାଂଚାରେ ପ୍ରଶ୍ନପତ୍ର ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି। ଏଥର ୫୦ ପ୍ରତିଶତ ରହିବ ମଲ୍ଟିପୁଲ ଚଏସ ।
ଯୁକ୍ତ୨ ପ୍ରଶ୍ନପତ୍ରରେ ୫୦% ମଲଟିପୁଲ ଚଏସ ରହିବ, ଯେଉଁଥିରେ୧ ମାର୍କର ୫୦ ଟି ପ୍ରଶ୍ନ ରହିବ। ସେହିପରି ୩୦% ପ୍ରଶ୍ନ ସଂକ୍ଷିପ୍ତ ଉତ୍ତରମୂଳକ ହେବ । ପ୍ରତ୍ୟେକ ପ୍ରଶ୍ନର ମାର୍କ ୨ କିମ୍ବା ୩ ଲେଖାଏଁ ରହିବ। ବାକି ୨୦% ଦୀର୍ଘ ଉତ୍ତରମୂଳକ ହେବ । ୫ ମାର୍କ ବିଶିଷ୍ଟ ଦୀର୍ଘ ଉତ୍ତର ମୂଳକ ୨୦ ମାର୍କ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
ନୂଆ ସିଲାବସ ଅଧୀନରେ ଆସୁଥିବା ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀମାନେ, ଅର୍ଥାତ୍ ଯେଉଁମାନେ ୨୦୧୬ ମସିହା କିମ୍ବା ପରେ ପଞ୍ଜିକୃତ ହୋଇଛନ୍ତି, ସେମାନଙ୍କ ପାଇଁ କମିଥିବା ସିଲାବସରୁ ପ୍ରଶ୍ନ ଆସିବା ନେଇ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ପୁରୁଣା ସିଲାବସ ଅଧୀନରେ ଆସୁଥିବା ପରୀକ୍ଷାର୍ଥୀମାନେ ଅର୍ଥାତ୍ ଯେଉଁମାନେ ୨୦୧୫ ମସିହା କିମ୍ବା ପୂର୍ବରୁ ପଞ୍ଜିକୃତ କରିଛନ୍ତି, ସେହି ପିଲାମାନଙ୍କର ସିଲାବସ ଓ ପ୍ରଶ୍ନପତ୍ର ଢାଞ୍ଚା ପୂର୍ବ ବର୍ଷ ପରି ଅପରିବର୍ତ୍ତିତ ରହିବ । ପୂର୍ବରୁ ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ଢାଞ୍ଚା ବଦଳିଥିଲା । ୫୦ ମାର୍କ ମଲ୍ଟିପୁଲ ଚଏସ ପ୍ରଶ୍ନ ସହ ୩୦ ମାର୍କ ଦୀର୍ଘ ଉତ୍ତରମୁଳକ ପ୍ରଶ୍ନ ଏବଂ ବାକି ୨୦ ମାର୍କ ହାରାହାରି ମାର୍କ ଦିଆଯିବା ନେଇ ଘୋଷଣା କରିଥିଲା ବିଭାଗ ।