THE BYAPINI

ଆଜି ବାହାରିବ +୨ ପରୀକ୍ଷା ଫଳ

Get real time updates directly on you device, subscribe now.

ଆଜି ବାହାରିବ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ଆଜି ସଂଧ୍ୟାରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ । ତେବେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପରବର୍ତ୍ତୀ ପର୍ୟ୍ୟାୟରେ ପ୍ରକାଶ ପାଇବ । ଏଥିପାଇଁ ସାମାନ୍ୟ ବିଳମ୍ବ ହୋଇପାରେ । କାଗଜପତ୍ର ଯାଞ୍ଚ କରିବାରେ ସାମାନ୍ୟ ବିଳମ୍ବ ହେବାରୁ ଅଧିକ ସମୟ ଲାଗିବ । ଏଥିପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ସମୟ ଯାଚିକା ଦାଖଲ କରିଛନ୍ତି ଉଚ୍ଚ ମାଧ୍ୟମିକ ପରିଷଦ ।

ସିଏଚଏସଇର ଅଫିସିଆଲ୍ ୱେବସାଇଟ୍ – ଓରିଶା ରେଜଲ୍ଟସ୍ ଡଟ୍ ନିକ୍ ଡଟ୍ ଇନ୍ ରେ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । କରୋନା ଯୋଗୁଁ ଚଳିତ ବର୍ଷ ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷାକୁ ବାତିଲ କରାଯାଇଥିଲା । ମାଟ୍ରିକ ପରୀକ୍ଷାର ମାର୍କକୁ ଆଧାର କରି ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଜୁଲାଇ ୩୧ ତାରିଖ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.