THE BYAPINI

ମୋଦି,ମୁଖ୍ୟମନ୍ତ୍ରୀ ନେବେ ଟିକା!

Get real time updates directly on you device, subscribe now.

ଦେଶରେ ଏବେ ଜୋରସୋରରେ ଚାଲିଛି ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣ । ଖୁବ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ମଧ୍ୟ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେବେ ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସମେତ ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଟିକା ନେଇପାରନ୍ତି ବୋଲି ସୂଚନା ମିଳୁଛି।

ମୁଖ୍ୟମନ୍ତ୍ରୀମାନଙ୍କ ସହ ପୂର୍ବରୁ ପ୍ରଧାନମନ୍ତ୍ରୀ ଟିକାକରଣକୁ ନେଇ ବୈଠକ କରିଥିଲେ । ୫୦ ବର୍ଷ କିମ୍ବା ଏହାଠୁ ଅଧିକ ବୟସର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଟିକା ପ୍ରଦାନ କରାଯିବା ନେଇ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ୨ୟ ପର୍ୟ୍ୟାୟ ଟିକାକରଣରେ ପ୍ରଧାନମନ୍ତ୍ରୀ , ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ସାମିଲ ହେବେ । ଖାସ୍‌ କରି ଯେଉଁମାନଙ୍କ ଅଧିକ ବୟସ ବା ୫୦ରୁ ଅଧିକ ରହିଛି । ସେମାନଙ୍କୁ ଅଗ୍ରାଧିକାର ଦିଆଯିବ । ତେବେ ଏଯାଏ ଦେଶରେ କରୋନା ଟିକାକରଣର ୨ୟ ପର୍ୟ୍ୟାୟ କେବେ ଆରମ୍ଭ ହେବ, ତାହା ସ୍ପଷ୍ଟ ହୋଇନାହିଁ ।

ଜାନୁଆରୀ ୧୬ରୁ ଦେଶରେ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ ଯୋଦ୍ଧା ମାନଙ୍କୁ ଟିକା ଦିଆଯାଉଛି । ଦେଶରେ ଏବେ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଦିଆଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି, କରୋନାଭାଇରସ୍‌ ବିରୋଧରେ ଚଳାଇଥିବା ଲଢେଇକୁ ବର୍ଷେ ପୂରିଛି। ଗତ ବର୍ଷ ଏହି ଭୂତାଣୁ ବିଶ୍ୱକୁ ଆତଙ୍କିତ କରିଥିବା ବେଳେ ୨୦୨୧ରେ ଟିକା ଆସିବା ପରେ ଲୋକଙ୍କ ମନରେ ଆଶା ସଞ୍ଚାର ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.