THE BYAPINI

ଆଜି ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା

Get real time updates directly on you device, subscribe now.

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ।ଦେଶର କୋଭିଡ ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନ ୪ଟା ୩୦ରେ ଭିଡିଓ କନଫରେନ୍ସିଂରେ ଏହି ବୈଠକ ହେବ । ଜାନୁଆରୀ ୯ରେ ମଧ୍ୟ ଦେଶର ସଂକ୍ରମଣ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ଏହି ବୈଠକରେ ଟିକାକରଣ ବଢ଼ାଇବା ସହ ସ୍ୱସ୍ଥ୍ୟ ଭିତିଭୂମିକୁ ପ୍ରସ୍ତୁତ ରଖିବା ପାଇଁ ମୋଦି ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଥିଲେ । ଏପଟେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ଲେଖି ଅତି କମରେ ୪୮ ଘଂଟା ପାଇଁ ପର୍ୟ୍ୟାପ୍ତ ପରିମାଣର ଅକ୍ସିଜେନ୍ ମହଜୁଦ ରଖିବା ପାଇଁ କହିଛନ୍ତି । ଏହା ସହ ରୋଗୀଙ୍କ ତୁରନ୍ତ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.