THE BYAPINI

ଅଯୋଗ୍ୟ ଚାଷୀ ଫେରାଇବେ ଟଙ୍କା

Get real time updates directly on you device, subscribe now.

ପିଏମ କିଷାନ ଯୋଜନାରେ ଅଯୋଗ୍ୟ ହିତାଧୀକାରୀଙ୍କ ଖାତାରୁ ଫେରିବ ଟଙ୍କା । ୪୨ ଲକ୍ଷ ଅଯୋଗ୍ୟ ଚାଷୀଙ୍କ ଠାରୁ ୩ ହଜାର କୋଟି ଆଦାୟ କରିବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ହିତାଧିକାରୀ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଛି । ୨ ହଜାର ଟଙ୍କା ଲେଖାଏଁ ୩ କିସ୍ତିରେ କେନ୍ଦ୍ର ସରକାର ବାର୍ଷିକ ୬ ହଜାର ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ କ୍ୟାସ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ପହଂଚାଇ ଦେଉଛନ୍ତି । ତେବେ ଏପରି କେତେକ ଲୋକେ ଅଛନ୍ତି ଯେଉଁମାନେ ଏହି ଯୋଜନାରେ ଲାଭ ନେବା ଲାଗି ଅଯୋଗ୍ୟ । ସେହି ଚାଷୀ ଯେଉଁମାନେ ଆୟକର ରିଟର୍ଣ୍ଣ ଫାଇଲ କରୁଛନ୍ତି ।

ଏପରି ଲୋକଙ୍କ ଠାରୁ ସରକାର ଟଙ୍କା ଅସୁଲ କରିବା ଲାଗି ଏବେ ଯୋଜନା କରୁଛନ୍ତି ସରକାର । ଚାଷୀଙ୍କ ଚିହ୍ନଟ ପ୍ରକ୍ରିୟାରେ ଏପରି ୪୨.୧୬ ଲକ୍ଷ ଲୋକେ ଚିହ୍ନଟ ହୋଇଛନ୍ତି । ଯେଉଁମାନେ ଚାଷୀ ନହୋଇ ମଧ୍ୟ କୃଷକ ସମ୍ମାନ ନିଧି ଯୋଜନାରେ ଲାଭ ନେଉଛନ୍ତି । ଏମାନଙ୍କ ଠାରୁ ୯୯୨ ଦଶମିକ ୭୫ କୋଟି ଟଙ୍କା ରିକୋଭରି ଲାଗି ସରକାର ଏବେ ଯୋଜନା ପ୍ରସ୍ତୁତ କରୁଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.