ସୁରକ୍ଷାରେ ତ୍ରୁଟି: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ଭବନରେ ଏହି ସାକ୍ଷାତ ହୋଇଛି । ପ୍ରଧାନମନ୍ତ୍ରୀ ଗତକାଲିର ଘଟଣା ନେଇ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି । ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିସାରିଛନ୍ତି । ଟ୍ୱିଟ କରି ଉପରାଷ୍ଟ୍ରପତି ଏହି ସୂଚନା ଦେଇଛନ୍ତି । ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ନେଇ ରାଷ୍ଟ୍ରପତି ଚିନ୍ତା ପ୍ରକଟ କରିଛନ୍ତି ।
ଏଭିଳି ଘଟଣାରେ ଯେଭଳି ପୁନରାବୃତି ନ ହୁଏ ସେ ନେଇ ଥିବା ପ୍ରୋଟକଲକୁ କଡାକଡି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ପଞ୍ଜାବ ଗସ୍ତରେ ଯାଇଥିଲେ । ସଡର ପଥରେ ଯାଉଥିବା ସମୟରେ କିଛି ପ୍ରଦର୍ଶନକାରୀ ତାଙ୍କ ରାସ୍ତାକୁ ଅଟକାଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ପ୍ରାୟ ୨୦ ମିନିଟ ଅଟକିଥିଲା । ଏହା ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷାରେ କଡା ତ୍ରୁଟି ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା ସୁପ୍ରିମକୋର୍ଟରେ ପଂହଚିଛି । ଏ ନେଇ ବରିଷ୍ଠ ଆଇନଜୀବୀ ମନିନ୍ଦିର ସିଂ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ଆବେଦନରେ କୁହାଯାଇଛି, ସୁରକ୍ଷାରେ ଏଭଳି ତ୍ରୁଟି ଗ୍ରହଣ ଯୋଗ୍ୟ ନୁହେଁ । ଏଥିପାଇଁ ଦୋଷୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଉ । ପଂଜାବ ସରକାରଙ୍କୁ ବି ଉଚିତ ନିର୍ଦ୍ଦେଶ ଦିଆଯାଉ ।