THE BYAPINI

ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ମୋଦିଙ୍କ ନୂଆ ନାରା

Get real time updates directly on you device, subscribe now.

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ପତାକା ଉତୋଳନ କରି ଏକ ନୂଆ ନାରା ଦେଇଛନ୍ତି । ଆତ୍ମନିର୍ଭରଶୀଳ ଭାରତ ପାଇଁ “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ” ସହିତ “ସବକା ପ୍ରୟାସ” ମଧ୍ୟ ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଜ୍ଝ ମୋଦୀ କହିଛନ୍ତି ଯେ, “ଅମୃତ କାଳକୁ ୨୫ବର୍ଷ ବାକି ଅଛି, କିନ୍ତୁ ସେ ପର୍ୟ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡିବ ନାହିଁ। ସ୍ୱାଧୀନତାର ୧୦୦ ବର୍ଷ ପାଳନ ଅବସରରେ ଆମକୁ ଏକ ନୂତନ ଭାରତ ଗଠନ ଆରମ୍ଭ କରିବା ଆବଶ୍ୟକ ଜ୍ଝ “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ” ସହିତ “ସବକା ପ୍ରୟାସ” ଦ୍ୱାରା ଆମେ ଆମର ଲକ୍ଷ୍ୟ ହାସଲ କରିପାରିବା । ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବା ପୂର୍ବରୁ ଆମକୁ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣର ଲକ୍ଷ୍ୟକୁ ପୂରଣ କରିବାକୁ ପଡିବ ।

ଦେଶର ବିକାଶରେ ଭିତ୍ତିଭୂମିର ଗୁରୁତ୍ୱ ଅନେକ ରହିଛି । ଭାରତୀୟ ରେଲୱେ ଆଧୁନିକତାର ରାସ୍ତାରେ ଆଗକୁ ବଢ଼ୁଛି । ବନ୍ଦେ ଭାରତ ଯୋଜନାରେ ସାରା ଦେଶକୁ ଯୋଡ଼ାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅନେକ ସ୍ଥାନକୁ ବିମାନପଥ ଜରିଆରେ ଯୋଡ଼ା ଯାଇଛି । ବିକାଶ ପାଇଁ ଦେଶକୁ ଉତ୍ପାଦନ ଓ ରପ୍ତାନୀ ବଢ଼ାଇବାକୁ ପଡ଼ିବ । ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଜ୍ଞାନକୌଶଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ମୋଦି କହିଛନ୍ତି, ବିକାଶ ପାଇଁ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି । ବିଶ୍ୱ ଦେଖୁଛି ଭାରତରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ନାହିଁ । ଲୋକଙ୍କ ହିତ ପାଇଁ ଅନେକ ପୁରୁଣା ଆଇନରେ ପରିବର୍ତ୍ତନ ଅଣାଯାଇଛି । ୨ ଶହ ବର୍ଷର ପୁରୁଣା ଆଇନକୁ ବଦଳାଇବାକୁ ସମୟ ଆସିଛି । ସେପଟେ କୃଷକଙ୍କ ବିକାଶ ପାଇଁ ପିଏମ କିଷାନ ଯୋଜନା ଲାଗୁ କରାଯାଇଛି । ପିଏମ କିଷାନରେ ୧୦ କୋଟି ଚାଷୀଙ୍କୁ ଦେଢ଼ ଲକ୍ଷ କୋଟି ମିଳିଛି । ଶ୍ରମିକ ଯୋଜନା ଜରିଆରେ ଗାଁର ବିକାଶ କରାଯାଉଛି । ଗାଁ ଜମିର ଡ୍ରୋନ ଜରିଆରେ ସର୍ଭେ କରାଯାଇ ଚିହ୍ନଟ କରାଯାଉଛି । ଯେଉଁଠି ଆଦୌ ଚାଷ ହେଉ ନ ଥିଲା ତାହା ଆଜି ଶସ୍ୟଶ୍ୟାମଳା ହୋଇଉଠିଛି ।

Get real time updates directly on you device, subscribe now.

Leave A Reply

Your email address will not be published.