ମୋଦୀ ବୁଝିଲେ ସ୍ୱାସ୍ଥ୍ୟାବସ୍ଥା
କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର । ଆଜି ଉଭୟଙ୍କ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଦୀପ୍ତଙ୍କ ସ୍ତ୍ରୀ କମଳା ନାୟକଙ୍କ ସହ ମୋଦୀ ଫୋନ୍ରେ କଥା ହୋଇଛନ୍ତି । ସେହିପରି ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି ମୋଦୀ ।
ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ ଓ ରଘୁନାଥ ମହାପାତ୍ର । ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଛି । ସେହିପରି ରଘୁନାଥ ମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲ ନାହିଁ । ଉଭୟଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଓ ଭୁବନେଶ୍ୱର ଏମ୍ସ ଡକ୍ତରୀ ଟିମ ସହ ମଧ୍ୟ ମୋଦୀ କଥା ହୋଇଛନ୍ତି ।ମୋଦୀ ଉଭୟ ନେତାଙ୍କ ଚିକିତ୍ସା ପାଇଁ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଗତକାଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଆଲୋଚନା କରାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଦୀପ୍ତ ନାୟକ ଏବଂ ରଘୁନାଥ ମହାପାତ୍ରଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଆଲୋଚନା କରିଥିଲେ । କିଭଳି ଉଭୟଙ୍କୁ ଉତମ ଚିକିତ୍ସା ଯୋଗାଇ ଦିଆଯିବ ତା ଉପରେ ଗୁରୁତ୍ୱରୋପ କରିଥିଲେ ।