THE BYAPINI

ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି..କାଲି ବାଇଡେନଙ୍କ ସହ ସାକ୍ଷାତ

Get real time updates directly on you device, subscribe now.

ତିନିଦିନିଆ ଆମେରିକା ଗସ୍ତରେ ଯାଇ ୱାଶିଂଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ପରେ ୫ଟି ବଡ଼ ବଡ଼ କମ୍ପାନୀର ସି.ଇ.ଓ.ଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ତେବେ ୨ ଶୀର୍ଷ ନେତାଙ୍କ ସାକ୍ଷାତକାର ଉପରେ ବିଶ୍ବର ନଜର ରହିଛି। ପ୍ରତିରକ୍ଷା, ବାଣିଜ୍ୟ, ଭାରତୀୟଙ୍କୁ ଭିସା ପ୍ରସଙ୍ଗ ବ୍ୟତୀତ ଅନ୍ୟ ବହୁ ପ୍ରସଂଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ। ତେବେ ଆଫଗାନସ୍ତାନରେ ତାଲିବାନ ସରକାର ଗଠନକୁ ନେଇ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ।ଏହା ସହ କ୍ବାର୍ଡ୍ ଦେଶ ରାଷ୍ଟ୍ରମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି।
କ୍ବାର୍ଡ୍ ଦେଶର ରାଷ୍ଟ୍ରମୁଖ୍ୟଙ୍କ ବୈଠକ ହେବ। ଏଥିରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତର ରାଷ୍ଟ୍ରମୁଖ୍ୟ ଯୋଗ ଦେଇ ଚୀନ୍ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ। ସେହି ଦିନ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ୱାସିଂଟନରୁ ବାହାରି ନ୍ୟୁୟର୍କ ଯିବେ। ୨୫ ତାରିଖରେ ମିଳିତ ଜାତିସଂଘରେ ସମ୍ବୋଧନ କରିବେ। ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ଯୋଗଦେବେ। ନରେନ୍ଦ୍ର ମୋଦୀଙ୍କ ପୂର୍ବରୁ ଇମ୍ରାନ ଖାନ ମିଳିତ ଜାତିସଂଘରେ ଉଦବୋଧନ ଦେବେ। ଇମ୍ରାନ ଖାନ୍ ନିଶ୍ଚିତ ଭାବେ କାଶ୍ମୀର ଓ ଆଫଗାନିସ୍ତାନରେ କ୍ଷମତା ଅକ୍ତିଆର କରିଥିବା ତାଲିବାନ ସରକାର ବାବଦରେ ଯୁକ୍ତି ରଖିବେ।

Get real time updates directly on you device, subscribe now.

Leave A Reply

Your email address will not be published.