THE BYAPINI

କାଲି ବାତ୍ୟା ପ୍ରଭାବିତ ଅଂଚଳ ବୁଲିବେ ପ୍ରଧାନମନ୍ତ୍ରୀ

Get real time updates directly on you device, subscribe now.

ଉତ୍ତର ଓଡ଼ିଶା ଉପକୂଳରେ ତାଣ୍ଡବ ରଚିଛି ଅତି ଭୀଷଣ ବାତ୍ୟା ‘ୟାସ୍’ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ବାତ୍ୟା ପ୍ରଭାବିତ ଅଂଚଳ ବୁଲିବା ପରେ ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦୀ ଆସନ୍ତାକାଲି ଓଡିଶାର ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଆକାଶମାର୍ଗରୁ ବୁଲି ଦେଖିବା ସହିତ ସ୍ଥିତି ସମୀକ୍ଷା କରିବେ । ଏହାପରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସି ସେଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ । ବୈଠକରେ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ୟ୍ୟ ନେଇ ଆଲୋଚନା କରିବେ ।

ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବାତ୍ୟା ଅଞ୍ଚଳରକୁ ଆକାଶମାର୍ଗରୁ ଦେଖିବେ। ପରେ ସେ ପଶ୍ଚିମବଙ୍ଗ ଯାଇ ପୂର୍ବ ମେଦିନିପୁର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ଦେଖିବେ। ଏହା ପରେ ଦୁଇ ରାଜ୍ୟ ପାଇଁ ପ୍ୟାକେଜ ଘୋଷଣା କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ମଧ୍ୟ ଏକ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ।

ବାତ୍ୟା ‘ୟାସ୍’ ଯୋଗୁଁ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବେଶୀ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ରାସ୍ତାରେ ବଡ଼ ବଡ଼ ଗଛ ପଡିଛି । କେଉଁଠି ମୂଳ ମାଟିରୁ ଉପୁଡି ଯାଇଛି । ଲୋକଙ୍କ ଘର ଉପରେ ମଧ୍ୟ ପଡ଼ିଛି ଗଛ । ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଛି । ଅନେକ ଗାଁରେ ସମୁଦ୍ର ପାଣି ମାଡିଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.