ଖାକି ପିନ୍ଧିଛ ବୋଲି କ’ଣ ପିଟିଚାଲିବ?
ତାଲାବନ୍ଦ ବେଳେ ପୁରୀରେ ଉତ୍ତେଜନା । ବଡଶଙ୍ଖ ବଜାରରେ ପୋଲିସ-ପବ୍ଲିକ ମୁହାଁମୁହିଁ ହୋଇଛନ୍ତି । ବଡ଼ଶଙ୍ଖ ନିକଟରେ କିଛି ଦୋକାନୀ ଫଳ ଓ ପନିପରିବା ବିକ୍ରି କରିବାକୁ ବସିଥିବା ବେଳେ ପୁଲିସ୍ ସେମାନଙ୍କୁ ଉଠାଇଥିଲା । ଏହାକୁ ନେଇ ପୁଲିସ୍ ଓ ଦୋକାନୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଘଟଣା ସ୍ଥଳରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ଓ ଦୋକାନୀଙ୍କ ମଧ୍ୟରେ ଠେଲା ପେଲା ହୋଇଥିଲା । ପୁଲିସ୍ ଦୋକାନୀଙ୍କ ଉପରୁ ମାଡ ମାରିଥିବା ଅଭିଯୋଗ ହୋଇଛି । ପୁଲିସ ମାଡ଼ ଜଣେ ଦୋକାନୀ ମଧ୍ୟ ଗୁୁରୁତର ହୋଇଛନ୍ତି ।
ବଡଶଙ୍ଖରେ ଠେଲା ବ୍ୟବସାୟୀମାନେ କୌଣସି ସମାଜିକ ଦୂରତା ନ ମାନି ଦୋକାନ ଖୋଲିବା ସହ ବ୍ୟବସାୟ କରୁଥିଲେ । ପୋଲିସ ଏଠାରେ ପଂହଚି ଭିଡକୁ ନିୟନ୍ତ୍ରଣ କରିବାକୁ ଆସିଥିବାବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଠେଲା ବ୍ୟବସାୟୀଙ୍କୁ ପୋଲିସ ପକ୍ଷରୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏପିରିକି ପୋଲିସ ମାଡ଼ରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାହାକୁ ନେଇ ଉତ୍ତେଜନା ବଢିଛି । ପରିସ୍ଥିତି ଏପରି ହୋଇଥିଲା କି ରାସ୍ତା ଉପରେ ବସି ପୁଲିସ୍ କାର୍ୟ୍ୟାନୁଷ୍ଠାନଗୁ ବିରୋଧ କରିଥିଲେ ଦୋକାନୀ। ପୁରୀ ଏସ୍ପି ପୂରା ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରିଛନ୍ତି।
ରାଜ୍ୟରେ ଆଜିଠୁ ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାରରୁ ଶୁକ୍ରବାର ପର୍ୟ୍ୟନ୍ତ ସକାଳ ୭ଟାରୁ ୧୧ ପର୍ୟ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ବିକିବା ଉପରେ ଅନୁମତି ଦିଆଯାଇଛି । ପନିପରିବା, ଗ୍ରୋସରୀ, ଫଳମୂଳ, ପିଲାଙ୍କ ବହିପତ୍ର ମିଳୁଥିବା ଦୋକାନ, ମାଛ, ମାଂସ, କ୍ଷୀର ଓ ଗ୍ୟାରେଜ ଭଳି କିଛି ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି।