ଲିଫ୍ଟରେ ଅଟକ ରଖିବା ଘଟଣାରେ ୫ ଗିରଫ
ବାର ଉପରେ ରେଡ୍ ବେଳେ ବାଧା ଦେବା ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଏମାନଙ୍କ ବିରୋଧରେ ଆଇପିସିର ଧାରା ୩୦୭ରେ ମାମଲା ରୁଜୁ କରାଯାଇଛି ।
କରୋନା କଟକଣାକୁ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ୟ୍ୟନ୍ତ ରାଜଧାନୀରେ ଚାଲିଥିଲା ବାର । ଏହି ସମୟରେ ଚଢାଉ କରିବାକୁ ଯାଇ ହଟ୍ଟହଟା ହୋଇଥିଲେ ବିଏମସି ଅଧିକାରୀ । ରେଡ୍ ସମୟରେ ବିଏମସି ଗାଡି ଦେଖି ହୋଟେଲ ସିକ୍ୟୁରିଟି ଗାର୍ଡ ଲିଫ୍ଟ ବନ୍ଦ କରି ଦେଇଥିଲେ । ଫଳରେ ବିଏମସିର ଦୁଇ ଅଧିକାରୀ ଲିଫ୍ଟରେ ଫସି ରହିଥିଲେ । ପ୍ରାୟ ୪୦ ମିନିଟ ଧରି ଲିଫ୍ଟରେ ଫସି ରହିଥିବା ବେଳେ ଅଣନିଶ୍ୱାସୀ ହୋଇପଡ଼ିଥିଲେ ୨ ଅଧିକାରୀ । କେବଳ ଫାଙ୍କ ବାଟେ ନିଶ୍ୱାସ ନେଉଥିବା ବେଳେ ପାୱାର ବ୍ୟାକଅପ ବି ଦେଇନଥିଲେ ବାର କର୍ତ୍ତୃପକ୍ଷ । ପରେ ପୋଲିସ ପହଞ୍ଚିି ସେମାନଙ୍କୁ ଉଦ୍ଧାର କରିଥିଲା । ଗତକାଲି ୪ଟି ବାର ଉପରେ କମିଶନରେଟ୍ ପୋଲିସ ଓ ବିଏମସି ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲ ।