ବାବାଙ୍କୁ ଧମକ ଘଟଣାର ପର୍ଦ୍ଦାଫାଶ
ଜଲେଶପଟା କନ୍ୟାଶ୍ରମ ମୁଖ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଶେଷରେ ଗିରଫ ହୋଇଛି। ଅଭିଯୁକ୍ତ ମହାଦେବ ମହାରାଜକୁ ଗିରଫ କରିଛି କନ୍ଧମାଳ ପୋଲିସ୍। ଅଭିଯୁକ୍ତ ଫୋନ୍ରେ ସ୍ୱାମୀଜୀଙ୍କୁ ହତ୍ୟା ଧମକ ଦେଇଥିଲା। ପୂର୍ବରୁ ଜଲେଶପଟା ଆଶ୍ରମରେ କାମ କରୁଥିଲେ। ପୂର୍ବରୁ ସ୍ୱାମୀଜୀଙ୍କ ସହିତ ଅଭିଯୁକ୍ତଙ୍କ ମତାନ୍ତର ଥିଲା। ଏଥିପାଇଁ ସେ ଏପରି ଧମକ୍ ଦେଇଥିଲା ବୋଲି କନ୍ଧମାଳ ଏସ୍ପି କହିଛନ୍ତି।
କନ୍ଧମାଳ ଜିଲ୍ଲା ଜଲେଶପଟା ସଂକୃତ କନ୍ୟାଶ୍ରମ ପରିଚାଳକ ସ୍ୱାମୀ ଜୀବନମୁକ୍ତା ନନ୍ଦ ପୁରୀଙ୍କୁ ଗତକାଲି ଏକ ଅଜଣା ମୋବାଇଲ ନମ୍ବରରୁ ହତ୍ୟା ଧମକ ସହ କନ୍ୟାଶ୍ରମ ଉଡାଇଦେବା ନେଇ ଧମକପୂର୍ଣ୍ଣ ଫୋନ କଲ୍ ଆସିଥିଲା। ୨୪ ଘଂଟା ମଧ୍ୟରେ ସେହି ନମ୍ବରରୁ ଦୁଇ ଥର ଧମକପୂର୍ଣ୍ଣ କଲ ଆସିଥିଲା । ଏ ନେଇ ସ୍ୱାମୀଜୀ ତୁମୁଡ଼ିବନ୍ଧ ଥାନାରେ ଏତଲା ଦେବାପରେ ତାଙ୍କୁ ଓ ଆଶ୍ରମ ପରିସରରେ ସୁରକ୍ଷା କଡ଼ାକଡ଼ି ଗ୍ରହଣ କରାଯାଇଥିଲା ।
୨୦୦୮ରେ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ଧମକ ପରି କନ୍ଧମାଳର ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଫୋନ୍ରେ ମିଳିଥିଲା ହତ୍ୟା ଧମକ । ସାଙ୍ଗସାଙ୍ଗେ ବାବା ପୋଲିସର ସହାୟତା ନେବା ପରେ ସୁରକ୍ଷାର ନିର୍ଭୟ ପ୍ରତିଶ୍ରୁତି ଦେଇଥିଲେ ଏସ୍ପି ବିନୀତ ଅଗ୍ରୱାଲ । ଆଉ ଘଟଣାର ୨୪ ଘଣ୍ଟା ନପୂରୁଣୁ ପୋଲିସ ମୁଖ୍ୟ ଆସାମୀକୁ ଗିରଫ କରିଥିଲା ଆସାମୀ ହେଉଛନ୍ତି ଆଶ୍ରମର ପୂର୍ବତନ ଅନ୍ତେବାସୀ ବାବା ମାଧବ। ଜଲେଶପଟ୍ଟା ଓ ଚକାପାଦ ଆଶ୍ରମରେ ପୂର୍ବରୁ ରହୁଥିବା ମାଧବ ହିଁ ଏହି ମହାନାଟକର ମୁଖ୍ୟ କାର୍ପଟଦାର ବୋଲି ପୋଲିସ ଜାଣିବାକୁ ପାଇଥିଲା। ଖୋଦ୍ ଏସ୍ପି ପ୍ରେସମିଟ୍ କରି ପୂରା ଘଟଣାର ପର୍ଦ୍ଦାଫାଶ କରିଛନ୍ତି । ।