THE BYAPINI

ବାହାରେ ସଟର ପକାଇ ଭିତରେ ବେପାର..

Get real time updates directly on you device, subscribe now.

ରଜ ପୂର୍ବରୁ କମିସନରେଟ ପୁଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ଟ୍ୱିନସିଟି କଟକ, ଭୁବନେଶ୍ୱରରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି । ବଜାରରେ ଯେପରି ଭିଡ଼ ଜମିବନି, ସେ ଉପରେ ଅଧିକ ନଜର ରଖାଯାଇଛି । ତେବେ ଅନେକ ଦୋକାନୀ ରଜ ପାଇଁ ଲୁଚାଛଫା ବ୍ୟବସାୟ କରୁଥିବା ବେଳେ ପୁଲିିସ ଚଢାଉ କରି ଦୋକାନ ସିଲ କରିଛି । ନିୟମ ଖିଲାପ ଯେପରି ହେବ ନାହିଁ ସେ ଉପରେ ଧ୍ୟାନ ରଖାଯାଇଛି ।

କରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ଆସନ୍ତା ୧୭ ତାରିଖ ଯାଏ ଲକଡାଉନ ଜାରି ରହିଛି । ହେଲେ ପୋଲିସ ପ୍ରଶାସନର ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଚିଛପି ବେପାର କରୁଛନ୍ତି ଅନେକ ଦୋକାନୀ । ସଟର ପକାଇ ଭିତରେ ହେଉଥିଲା କପଡ଼ା ବିକ୍ରି । ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏକ ଲୁଗା ଦୋକାନରେ ସଟର ପକାଇ ଚାଲିଥିଲା ବେପାର । ଖବରପାଇ ଲୁଗା ଦୋକାନରେ ପୋଲିସ ଚଢଉ କରିଥିଲା। ଦୋକାନ ଘରକୁ ସିଲ୍ ପୋଲିସ କରିବା ସହ କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି ।

ରାଜଧାନୀରେ କରୋନା ସଂକ୍ରମଣ ଅଧିକା ରହୁଥିବା ବେଳେ ଏହାକୁ ରୋକ ଲଗାଇବା ପାଇଁ ସରକାର କଟକଣା ଜାରି କରିଛନ୍ତି । ରାଜ୍ୟରେ ତାଲାବନ୍ଦ ଜାରି ରହିଛି । କିନ୍ତୁ କିଛି ଅମାନିଆ କଟକଣାକୁ ନମାନି ଦୋକାନ ଖୋଲୁଥିବାରୁ ପୋଲିସ ଚଢାଉ କରି ସିଲ କରିବାକୁ ବାଧ୍ୟ ହେଉଛି । କଟକର ବିଭିନ୍ନ ଛକରେ ମଧ୍ୟ ଯାଂଚ କଡାକଡି କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.