ପୁରୀବାସୀଙ୍କ ସହଯୋଗ ଲୋଡିଲେ ଡିଜିପି
ରଥଯାତ୍ରା ନେଇ ପୁଲିସ ଡିଜିଙ୍କ ସମୀକ୍ଷା । ପୁଲିସ ଡିଜି ଅଭୟ ଆଜି ପୁରୀ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ରଥଯାତ୍ରା ବେଳେ କରୋନା ନିୟମ ମାନିବାକୁ ଆହ୍ୱାନ କରିଛନ୍ତି । ଘରୁ ନ ବାହାରି ଟେଲିଭିଜନ ମାଧ୍ୟମରେ ରଥଯାତ୍ରା ଦେଖିବାକୁ ଅନୁରୋଧ କରିଛନ୍ତି ପୁଲିସ ଡିଜି । ପୂର୍ବ ବର୍ଷ ପରି ଚଳିତ ବର୍ଷ ପୁରୀବାସୀଙ୍କ ସହଯୋଗ ଲୋଡିଛନ୍ତି ଡିଜି ଅଭୟ ।
ଗତ ବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ସୁରକ୍ଷା ବ୍ୟବସ୍ଥା ନେଇ ଯେଉଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରାଯାଇଛି ସେହି ଅନୁସାରେ କାର୍ଯ୍ୟକାରୀ କରାଯିବ ବୋଲି ଡିଜିପି କହିଛନ୍ତି । ବରିଷ୍ଠ ଅଧିକାରୀମାନଙ୍କ ସହ ଡିଜିପି ଅଭୟ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ ।
ଡିଜିପିଙ୍କ ଗସ୍ତ ସମୟରେ ଏଡିଜି ଆର.କେ ଶର୍ମା, ଏଡିଜି ଲଳିତ ଦାସ, ଡିଆଇଜି ଅନୁପ ସାହୁ,ଡିଆଇଜି ନରସିଂହ ଭୋଳ, ପୁରୀ ଏସପି ଉପସ୍ଥିତ ଥିଲେ ।