THE BYAPINI

ଲକଡାଉନ FIR: ଥାନା ନୁହେଁ ଘରୁ…

Get real time updates directly on you device, subscribe now.

ଘରୁ ବାହାରନ୍ତୁନି, ଆମେ ଯାଇ ଘରେ ପହଞ୍ଚିବୁ । ଆପଣଙ୍କ ଯାହା ବି ଅସୁବିଧା ଅଛି, ଅଭିଯୋଗ ଅଛି ସେସବୁ ଘରୁ ଥାଇ ଜଣାନ୍ତୁ । ଆମେ ଆପଣଙ୍କ ଘରେ ଯାଇ ହାଜର ହେବୁ ଆଉ ଆପଣଙ୍କ ଅଭିଯୋଗ ଗ୍ରହଣ କରିବୁ, ଏତଲା ରଖିବୁ । ୧୪ ଦିନିଆ ତାଲାବନ୍ଦ ପାଇଁ କମିଶନରେଟ ପୋଲିସର ଆରମ୍ଭ ହୋଇଛି ଲକଡାଉନ ଏଫଆଇଆର ।

ଯାହାଦ୍ୱାରା ଆଉ ଥାନାକୁ ଆସିବାକୁ ପଡିବନି । ଏବେ ଘରୁ ହେବ ଅଭିଯୋଗ । ଗୋଟିଏ ଫୋନ ପାଇଲେ ଘରେ ପହଞ୍ଚିବ ପୋଲିସ ଆଉ ଶୁଣିବ ସମସ୍ୟା । ଲକଡାଉନ ପାଇଁ କମିଶନରେଟ ପୋଲିସ ଏମିତି ସୁବିଧା କରିଥିବା ବେଳେ ଆଜି ପୋଲିସ ନିଜର ପ୍ରତିଶ୍ରୁତି ରଖିଛି । ଘରକୁ ଘର ଯାଇ ଅଭିଯୋଗ ଶୁଣିଛି ପୋଲିସ । ନୟାପଲ୍ଲୀ ଥାନା ଅଧିନରେ ଏକ ଅଭିଯୋଗ ଆସିବା ପରେ ଖୋଦ ନୟାପଲ୍ଲୀ ଆଇଆଇସି ଅଭିଯୋଗକାରୀଙ୍କ ଘରକୁ ଯାଇ ତାଙ୍କ ଠାରୁ ମାମଲା ଗ୍ରହଣ କରିଛନ୍ତି । ଆଉ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି ।

ଗତକାଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଥିଲେ ଆଉ ଆଜିଠାରୁ ଲକଡାଉନ ଲାଗୁ ହୋଇଥିବାରୁ କମିଶନରେଟ ପୋଲିସ ଲୋକଙ୍କ ସୁରକ୍ଷା ପାଇଁ ଘରକୁ ଯାଇ ଅଭିଯୋଗ ଗ୍ରହଣ କରିଛି । ତେବେ ଆପଣମାନେ ଯଦି ରାଜଧାନୀରେ ରହୁଛନ୍ତି ତେବେ ଆପଣଙ୍କୁ କୌଣସି ଅସୁବିଧା ଜଣାଇବାକୁ ପୋଲିସ ପାଖକୁ ଆସିବାକୁ ପଡିବନି । ବରଂ ଆମ ପୋଲିସ ଆପଣଙ୍କ ପାଖରେ ପହଞ୍ଚିବ । ଆଉ ଦୁଆର ଆଗରେ ପହଞ୍ଚି ଆପଣଙ୍କ ସମସ୍ୟା ଶୁଣିବ । ଅଭିଯୋଗ ଗ୍ରହଣ ପରେ ହ୍ୱାଟ୍ସଆପ କିମ୍ବା ଇମେଲ ଜରିଆରେ ଏତଲାର କପି ଘରକୁ ପଠାଯିବ । ତେଣୁ ଲକଡାଉନ ସମୟରେ ପୋଲିସର ଏଭଳି ପଦକ୍ଷେପକୁ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.