THE BYAPINI

ଜଗନ୍ନାଥକୁ ଜେରା..ପ୍ରିୟଙ୍କା ମୃତ୍ୟୁ ଉପରୁ ହଟିବ ପରଦା

Get real time updates directly on you device, subscribe now.

ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟାକାଣ୍ଡ ମାମଲା ଉପରୁ ହଟିବ ପରଦା ହଟିବ । ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଜେରା କରାଯାଉଛି। ଏମ୍ସରୁ ଡିସଚାର୍ଜ ପରେ ଏୟାରଫିଲ୍ଡ ଥାନାରେ ଜଗନ୍ନାଥ ପ୍ରଧାନକୁ ଜେରା କରୁଛି ପୁଲିସ । ଜେରା ଶେଷ ପରେ କୋର୍ଟ ଚାଲାଣ କରିବ ପୁଲିସ ।

ଗତ ୫ ତାରିଖରେ ପ୍ରିୟଙ୍କାଙ୍କୁ ଜଗନ୍ନାଥ ନିର୍ମମ ଭାବେ ହତ୍ୟା କରିଥିଲେ । ଏହା ପରେ ସେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଜଗନ୍ନାଥର ହାତର ଏକ ଶିର କଟିଯାଇଥିବାରୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲେ । ସେଠୁ ପ୍ଲାଷ୍ଟିକ ସର୍ଜରୀ ପାଇଁ ଏମ୍ସ ପଠାଯାଇଥିଲା । ଏମ୍ସରୁ ଆଜି ହସ୍ପିଟାଲରେ ଡିସଚାର୍ଜ ପରେ ତାକୁ ଏୟାରଫିଲ୍ଡ ଥାନାକୁ ଅଣାଯାଇଥିଲା । ଥାନାରେ ତାକୁ ଟିକିନିଖି ପଚରାଉଚରା କରାଯାଉଛି ।

ଘଟଣା ଦିନ ସକାଳେ ପ୍ରିୟଙ୍କାଙ୍କ ସ୍ୱାମୀ ଅଫିସ ପଳାଇଥିବା ବେଳେ ତାଙ୍କ ପୁଅ ପଡ଼ୋଶୀଙ୍କ ଘରକୁ ଖେଳିବାକୁ ଯାଇଥିଲା। ଏହି ସମୟରେ ଜଗନ୍ନାଥ ପ୍ରିୟଙ୍କାଙ୍କ ଘରେ ପଶି ତାଙ୍କୁ ଛୁରୀରେ ଆକ୍ରମଣ କରିବା ସହ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଜଗନ୍ନାଥ ଏହି କାଣ୍ଡ ଘଟାଇବା ପୂର୍ବରୁ ପ୍ରିୟଙ୍କାଙ୍କ ସ୍ୱାମୀଙ୍କୁ ହ୍ୱାଟ୍‌ସଆପ୍‌ରେ ମେସେଜ୍ କରିଥିଲେ। ଏହାପରେ ପପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗନ୍ନାଥକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭତ୍ତି କରିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.