THE BYAPINI

କଙ୍କାଳ କାହାର? ପରିଚୟ ଖୋଜିବ ପୁଲିସ

Get real time updates directly on you device, subscribe now.

କଙ୍କାଳର ପରିଚୟ ଖୋଜିବ ପୁଲିସ । ଭୁବନେଶ୍ୱର ଜାଆଁଳ ଫାଣ୍ଡି ପରିସରରୁ ଜବତ ଗାଡି ଭିତରୁ ମିଳିଥିବା କଙ୍କାଳର ସ୍କେଚ ତିଆରି କରାଯିବ । ହାଇଦ୍ରାବାଦ ପଠାଯିବ ଖପୁରୀ ଓ କଙ୍କାଳର ଫଟୋ । କଙ୍କଳାର କାହାର ?ମହିଳା ଜଣକ କିଏ?ସେ ନେଇ ଖୋଳତାଡ କରିବ ପୁଲିସ ।

ତେବେ ସବୁଠୁ ବଡ଼ କଥା ହେଲା , ଗତ କିଛି ଦିନ ତଳେ ରାଜଧାନୀରୁ କଟା ମୁଣ୍ଡ ଘଟଣାକୁ ନେଇ ପୁଲିସ ଯେଉଁ ତତ୍ପରତା ଦେଖାଇଥିଲା ତାହା କଙ୍କଳା ମିଳିବା ପରେ ଦେଖାଉନାହିଁ । ଯାହାକୁ ନେଇ ପୁଲିସ ଉପରେ ସନ୍ଦେହ ବଢିଛି । ଫେବ୍ରୁଆରୀ ୧୨ ତାରିଖରୁ ସିଜ ଗାଡିରୁ କଙ୍କାଳ ମିଳିଥିଲେ ମଧ୍ୟ ଏନେଇ ପୁଲିସ କାହିଁକି ଚୁନ ଥିଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏଯାଏ କଙ୍କଳା ମିଳିବା ଘଟଣାରେ ପୁଲିସ ପକ୍ଷରୁ କିଛି ବି ସୂଚନା ଦିଆଯାଇନାହିଁ । ମାମଲାରେ କାର୍ୟ୍ୟରେ ଅବହେଳା ପାଇଁ କେବଳ ଜାଆଁଳା ଫାଣ୍ଡି ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

୨୦୧୯ରେ ବେଆଇନ୍ ଗଞ୍ଜେଇ ଚାଲାଣ ମାମଲାରେ ଗଞ୍ଜାମ ପୁଲିସ ଗାଡିଟିକୁ ସିଜ୍ କରିଥିଲା। ସେବେଠୁ ଗାଡ଼ିଟି ଯାଆଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା। ଫାଣ୍ଡି ବାହାରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ମହିନ୍ଦ୍ରା ଏକ୍ସୟୁଭି ଗାଡି ଭିତରୁ ଏହି କଙ୍କାଳ ଉଦ୍ଧାର ହୋଇଛି। ଖବର ପାଇବା ପରେ ପୁଲିସର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳେ ପହଞ୍ଚି କଙ୍କାଳକୁ ଉଦ୍ଧାର କରି ଏମ୍ସକୁ ବ୍ୟବଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣେ ମହିଳାଙ୍କ ଶବ ବୋଲି ଜଣାପଡିଛି। ମୃତ ମହିଳାଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ। ସେ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ସ୍ୱାଭାବିକ ଭାବେ ପ୍ରାଣ ହରାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.