THE BYAPINI

ନିର୍ବାଚନୀ ପରବର୍ତ୍ତୀ ହିଂସା

Get real time updates directly on you device, subscribe now.

ବ୍ରହ୍ମପୁର ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ ଏଲଆଇଜି ୯୪ ଷ୍ଟେଜ୍‌ ୨ରେ ନିର୍ବାଚନୀ ହିଂସା। ସ୍ୱାଧୀନ ପ୍ରାର୍ଥୀଙ୍କ ଘର ସାମ୍ନାରେ ଆତଙ୍କରାଜ କଲେ ଅଜଣା ଦୁର୍ବୃତ୍ତ। କବାଟ ଭାଙ୍ଗି ଘର ଭିତରକୁ ପଶି ଆକ୍ରମଣ କରିଥିଲେ , ଏଥିରେ ବିଫଳ ହେବା ପରେ ଘରକୁ ପଥର ଫୋପାଡ଼ିଲେ। ଏପରିକି ବାଇକ୍ ଭାଙ୍ଗି ଚୂରମାର୍ କରିଦେଲେ ଦୁର୍ବୃତ୍ତ।

୧୨ ନମ୍ବର ୱାର୍ଡର ସ୍ୱଧୀନ ପ୍ରାର୍ଥୀ ବିରେନ ପଟ୍ଟନାୟକ ଓ ତାଙ୍କ ପତ୍ନୀ ତଥା ୧୪ ନମ୍ବର ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥୀନୀ ସସ୍ମିତା ଦାସ ଚଳିତ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିଥିଲେ। ଉଭୟ ଶନିବାର ନିର୍ବାଚନ ଫଳାଫଳରେ ପରାଜିତ ହେବା ପରେ ରାତି ପ୍ରାୟ ୩ଟାରେ ତାଙ୍କ ଘର ସାମ୍ନାରେ କିଛି ଦୁର୍ବୃତ୍ତ ଆତଙ୍କରାଜ କରିଥିଲେ। ଏକ କାରରେ କିଛି ଦୁର୍ବୃତ୍ତ ଆସି ବିରେନଙ୍କ ଘର ଦାଣ୍ଡରେ ଥିବା ବାଇକକୁ ପଥରରେ ଭାଙ୍ଗିଥିଲେ। ବାହାରେ ପାଟିତୁଣ୍ଡ ଶୁଣି ସେ ବାହାରକୁ ଆସି ଦେଖିଲା ବେଳକୁ କିଛି ଦୁର୍ବୁର୍ତ୍ତ ଏଭଳି କାଣ୍ଡ କରୁଥିବା ଦେଖିଥିଲେ। ସେ ନିଜ ମୋବାଇଲରେ ତାହାର ଭିଡିଓ ଉତ୍ତୋଳନ କରିଥିଲେ। ନିର୍ବାଚନରେ ପ୍ରତିଦ୍ୱନ୍ଦିତାକୁ ନେଇ ଏଭଳି ଘଟଣା ଘଟାଇଥିବା ବିରେନ୍ ଓ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.