THE BYAPINI

ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲା କ୍ରାଇମବ୍ରାଂଚ

Get real time updates directly on you device, subscribe now.

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉଠାଇନେଇଛି କ୍ରାଇମବ୍ରାଂଚ । ସନ୍ଧ୍ୟା ସମୟରେ ସରକାରୀ ବାସଭବନରୁ କ୍ରାଇମବ୍ରାଂଚ ପ୍ରଦୀପଙ୍କୁ ଉଠାଇନେଇଛି ।ସାଇବର ପୁଲିସ ଷ୍ଟେସନର ଗୋଟିଏ କେସରେ ପଚରାଉଚରା କରାଯାଉଥିବା ଜଣାପଡିଛି । ଆକାଶ ପାଠକଙ୍କ ସହ ସଂପୃକ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ ନେଇ ତନାଘନା ସୂଚନା । ପାଠକ ବାପ, ପୁଅଙ୍କ ସହ ଲିଙ୍କ ନେଇ ତଦନ୍ତ ରାଡାରରେ ଥିଲେ ପ୍ରଦୀପ ପାଣିଗ୍ରାହୀ ।

ଆକାଶ ପାଠକଙ୍କ ସହ ମିଶି ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ସରକାରୀ ବାସଭବନରୁ ପଚରାଉଚରା ଲା ଟାଟା ମୋଟର୍ସ ଏମଡିର ପରିଚୟ ଦେଇ ଆକାଶ ୬୮ ଜଣଙ୍କୁ ନକଲି ନିଯୁକ୍ତି ପତ୍ର ଦେଇଥିଲେ ।ଏନେଇ ଟାଟା ମୋଟର୍ସ ପକ୍ଷରୁ ଆକାଶ ପାଠକଙ୍କ ନାଁରେ ଅଭିଯୋଗ ହୋଇଥିଲା ।

ଆଇଏଫଏସ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିବା ବେଳେ ଏବେ ୩ ଦିନିଆ ରିମାଣ୍ଡରେ ନେଇଛି ଏସଆଇଟି । ଆର୍ଥିକ କାରବାର ନେଇ ଉଭୟ ବାପା, ପୁଅଙ୍କୁ ପଚରାଉଚରା କରିବ ଏସଆଇଟି ।

Get real time updates directly on you device, subscribe now.

Leave A Reply

Your email address will not be published.