THE BYAPINI

ରାଜନୀତି ପଛ..ପରୀ ଆଗ

Get real time updates directly on you device, subscribe now.

କଂଗ୍ରେସ ଦଳରେ ତୁତୁ ମେଁମେଁ । ଗତ କିଛି ଦିନ ତଳେ ପରୀ ପ୍ରସଙ୍ଗରେ ଦଳ ଭିତରେ ନେତାଙ୍କ ଭିନ୍ନ ଭିନ୍ନ ମତକୁ ନେଇ ମତଭେଦ ସୃଷ୍ଟି ହୋଇଥିଲା । ଆଉ ଏବେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବୟାନକୁ ନେଇ ଦଳ ଭିତରେ ସୃଷ୍ଟି ହୋଇଛି କମ୍ପନ । ପରୀ ପାଇଁ ବିଜେପିର ଏକ ପଦଯାତ୍ରାକୁ ପ୍ରଦୀପ ମାଝୀ କହିଥିଲେ ଏହାକୁ ସ୍ୱାଗତ କରାଯିବା ଉଚିତ । ଏହି ବୟାନ ପରେ ଦଳ ଭିତରେ ପ୍ରଦୀପଙ୍କ ବିରୋଧରେ ନେତା ସ୍ୱର ଉଠାଇବା ପରେ ଏନେଇ ପ୍ରଦୀପ ମାଝୀ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି , ପରୀ କେବଳ ଯଦପୁରର ଝିଅ ନୁହେଁ, ସେ ସାରା ଓଡିଶାର ଝିଅ । ପରୀ ପ୍ରସଙ୍ଗରେ ଯଦି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ,ତେବେ ସେ ସବୁପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ।

ନିକଟରେ ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପକ୍ଷରୁ କରାଯାଇଥିବା ଏକ ପଦଯାତ୍ରାକୁ ପ୍ରଶଂସା କରିଥିଲେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । କହିଥିଲେ, ପରୀ ପ୍ରସଙ୍ଗରେ ବିଜେପିର ଏହି କାର୍ଯ୍ୟକ୍ରମ ସ୍ୱାଗତଯୋଗ୍ୟ । ହେଲେ ପ୍ରଦୀପ ମାଝୀଙ୍କ ଏହି ବୟାନକୁ ସହଜରେ ଗ୍ରହଣ କରିପାରିନଥିଲେ ଦଳର ଅନ୍ୟର ବରିଷ୍ଠ ନେତା । ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଦୀପଙ୍କ ବୟାନକୁ କଡା ସମାଲୋଚନା କରିଛନ୍ତି । କହିଛନ୍ତି , ଯେଉଁଠି ସାରା ଦେଶର ଲୋକ ବିରୋଧ କରୁଛନ୍ତି, ସେଠି ଜଣେ କାର୍ଯ୍ୟକାରୀ ସଭାପତି ବିଜପି ଦଳକୁ ସ୍ୱାଗତ କରିବେ ତାହ ଅତ୍ୟନ୍ତ ନିନ୍ଦନୀୟ । ଶୁଣିବାକୁ ମିଳୁଛି, ବିଜେପି ପଦଯାତ୍ରାକୁ ପ୍ରଦୀପ ମାଝୀଙ୍କ ସମର୍ଥନକୁ ସହଜରେ ହଜମ କରିପାରୁନାହାନ୍ତି କଂଗ୍ରେସର ତୁଙ୍ଗ ନେତା । ଏପରିକି ଏହି ପ୍ରସଙ୍ଗରେ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀଙ୍କ ନିକଟରେ ଅଭିଯୋଗ କରିବା ସହ କାର‌୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ପିସିସି ସଭାପତି କହିଛନ୍ତି,ଯଦି କେହି ନେତା ଦଳ ବିରୋଧୀ ଆଭିମୁଖ୍ୟ ରଖିଛନ୍ତି ସେଥିପ୍ରତି ଦଳ ସଚେତନ ଅଛି ।

ସେପଟେ ପ୍ରଦୀପ ମାଝୀ କହିଛନ୍ତି,ଗୋଟେ ଶିଶୁକୁ ନ୍ୟାୟ ଦେବା ପାଇଁ ସମସ୍ତେ ଏକଜୁଟ ହେବା ଦରକାର । ଯେ ଯାଏ ପରୀ ପରିବାରକୁ ନ୍ୟାୟ ମିଳିନି ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବା ଦରକାର । ଯେଭଳି କୁନ୍ଦୁଲି ପୀଡିତାଙ୍କ ପାଇଁ ଲଢିଥିଲୁ ପରୀ ପାଇଁ ମଧ୍ୟ ସେଭଳି ଲଢେଇ ଜାରି ରହିବ ବୋଲି । ତେବେ ପ୍ରଦୀପ ମାଝୀଙ୍କୁ ନେଇ କଂଗ୍ରେସ ଦଳରେ ବଡ଼ ଧରଣର ଚର୍ଚ୍ଚା ଆରମ୍ଭ ହୋଇଛି ।ପରୀ ମାମଲାରେ କିଏ ଆଗରେ ରହିବ ଏନେଇ କଂଗ୍ରେସ ଓ ବିଜେପି ଭିତରେ ପ୍ରତିଯୋଗିତା ଚାଲିଥିବା ବେଳେ ଏହାକୁ ନେଇ କଂଗ୍ରେସ ଭିତରେ ସୃଷ୍ଟି ହୋଇଛି ଅନ୍ତଦ୍ୱନ୍ଦ୍ୱ ।

Get real time updates directly on you device, subscribe now.

Leave A Reply

Your email address will not be published.