ଓଡିଶାରେ ପ୍ରମୋଦ ଭଗତ
ଓଡିଶାରେ ପହଞ୍ଚିଲେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ । ବିମାନବନ୍ଦରରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଟୋକିଓ ପାରା ଅଲିମ୍ପିକ୍ସରେ ଓଡିଆ ପୁଅ ପ୍ରମୋଦ ଭଗତ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରମୋଦ କହିଛନ୍ତି, ଓଡିଶା ଫେରି ମୁଁ ଆଜି ବହୁତ ଖୁସି ଅଛି ।
ପ୍ରମୋଦଙ୍କୁ ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ । ପାରା-ଅଲିମ୍ପିକ୍ସର ବ୍ୟାଡମିଂଟନରେ ସେ ସ୍ୱର୍ଣ୍ଣ ପଦକ ଜିଣି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହା ପରେ ରାଜ୍ୟ ସରକାର ପ୍ରମୋଦ ଭଗତକୁ ୬ କୋଟି ଟଙ୍କା ପୁରସ୍କାର ଘୋଷଣା କରିସାରିଛନ୍ତି ।