THE BYAPINI

ପଦକ ନିଶ୍ଚିତ କଲେ ଓଡ଼ିଆ ପୁଅ

Get real time updates directly on you device, subscribe now.

ପଦକ ନିଶ୍ଚିତ କଲେ ଓଡ଼ିଆ ପୁଅ ପ୍ରମୋଦ୍ ଭଗତ୍ । ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି ।ଜାପାନର ଫୁଜିହାରାଙ୍କୁ ହରାଇ ସିଙ୍ଗଲସ ଏସଏଲ-୩ ଫାଇନାଲରେ ପ୍ରବେଶ କରିଛନ୍ତି ଭଗତ । ଆଜି ୩ଟା ବେଳେ ଫାଇନାଲ ଖେଳିବେ ପ୍ରମୋଦ ଭଗତ । ସେମିଫାଇନାଲରେ ଜାପାନର ଡାଇସୁକି ଫୁଜିହାରାଙ୍କୁ ୨୧-୧୧, ୨୧-୧୬ସେଟରେ ହରାଇଛନ୍ତି ଭଗତ । ପ୍ରଥମ ଥର ପାଇଁ ପାରା ଅଲିମ୍ପିକ୍ସରେ ଯୋଗଦେଇଥିବା ବେଳେ ଓଡ଼ିଶା ପାଇଁ ପାରା ଅଲିମ୍ପିକ୍ସରେ ପ୍ରଥମ ଖେଳାଳି ଭାବେ ସଫଳତା ଆଣିବେ ପ୍ରମୋଦ ଭଗତ ।
ମୋଦ ଫାଇନାଲରେ ପହଞ୍ଚିବା ମାତ୍ରେ ଭାରତର ୧୪ ତମ ପଦକ ଜିତିବା ଥୟ ହୋଇଛି । ଟୋକିଓ ପାରାଲିମ୍ପିକ୍ସରେ ଭାରତ ଏପର୍ୟ୍ୟନ୍ତ ଦୁଇଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଏବଂ ପାଞ୍ଚଟି ବ୍ରୋଞ୍ଜ ପଦକ ଜିତିସାରିଛି । ବ୍ୟାଡମିଣ୍ଟନରେ ଲଣ୍ଡନ ଅଲିମ୍ପିକ୍ସ ୨୦୧୨ରେ ସାଇନା ନେହୱାଲ ବ୍ରୋଞ୍ଜ, ରିଓ ୨୦୧୬ ରେ ରୌପ୍ୟ ଏବଂ ଟୋକିଓ ୨୦୨୦ରେ ସିନ୍ଧୁ ବ୍ରୋଞ୍ଜ ଜିତିଛନ୍ତି । ଫାଇନାଲରେ ପହଞ୍ଚିବା ପରେ ପ୍ରମୋଦ ଅଲିମ୍ପିକ୍ କିମ୍ବା ପାରାଲିମ୍ପିକ୍ ଗେମ୍ସରେ ବ୍ୟାଡମିଣ୍ଟନରେ ପଦକ ଜିତିଥିବା ପ୍ରଥମ ପୁରୁଷ ଖେଳାଳି ହୋଇ ପାରିଛନ୍ତି ।ଚଳିତ ଥର ପ୍ରଥମ ଥର ପାଇଁ ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଖେଳ ଅନ୍ତର୍ଭୁକ୍ତ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.