ବବି ବୁଝିବେ ଶିମିଳିପାଳ ଦୁଃଖ
ନେତାଙ୍କୁ ଘାରିଛି ଶିମିଳିପାଳ ଚିନ୍ତା । ଏବେ ଶିମିଳିପାଳକୁ ନେତା ମାନେ ଧାଉଁଥିବାର ଦେଖାଦେଇଛି । ଗତ କିଛି ଦିନ ହେବ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ କରିବା କଷ୍ଟକର ହୋଇପଡିଥିବା ବେଳେ ରାଜନୀତିରେ ମଧ୍ୟ ଏହାର ଧୂଆଁ ଦେଖିବାକୁ ମିିଳିଛି । ଗତକାଲି ବିଜେପିର ଏକ ଟିମ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭେଟି କେନ୍ଦ୍ରୀୟ ଏକ୍ସପର୍ଟ ଟିମକୁ ପଠାଇବାକୁ ଅନୁରୋଧ କରିଥିଲେ । ଆଉ ଆଜି ଏପଟେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭା ଅଭିଯାନରେ ସାମିଲ ହୋଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ବବି ବୁଝିବେ ଶିମିଳିପାଳ ଦୁଃଖ ।ସ୍ଥାନୀୟ ଲୋକଙ୍କ ସହଯୋଗରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିବ ନିଆଁ ଲିଭା । ପ୍ରଣବ ପ୍ରକାଶଙ୍କ ସହିତ ବିଧାୟକ ରାଜକିଶୋର ଦାସ, ବାସନ୍ତି ହେମ୍ବ୍ରମ, ଏଗ୍ରୋ ଇଣ୍ଡଷ୍ଟ୍ରିଜ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ଓ ସ୍ଥାନୀୟ ଲୋକେ ସାମିଲ ହେୋଇଛନ୍ତି ।ସେହିପରି ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ସାମିଲ, ରାଜ୍ୟସଭା ସାଂସଦ ମମତା ମହାନ୍ତ ସାମିଲ, କାଳିକାପ୍ରସାଦ ଗେଟ୍ ଦେଇ ପୁରା ଟିମ୍ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଛନ୍ତି ।
ଗତକାଲି ଶିମିପାଳରେ ବର୍ଷା ହେବା ପରେ ନିଆଁ ଲିଭିଯିବା ନେଇ ସମସ୍ତଙ୍କ ମନରେ ଏକପ୍ରକାର ଆଶା ସୃଷ୍ଟି ହୋଇଥିଲା ।ଶିମିଳିପାଳର ଗୁଡୁଗୁଡ଼ିଆ, ପୀଠାବଟା, ସମେତ ବାରିପଦା, କରଞ୍ଜିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ହୋଇଥିଲା । କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଅଳ୍ପ ସମୟ ପାଇଁ କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି । ଶିମିଳିପାଳ ଜାତୀୟ ଉଦ୍ୟାନରେ ଲାଗିଥିବା ନିଆଁ ଲିଭାଇବାରେ ଅଳ୍ପକେ ଏହି ବର୍ଷା ସହାୟକ ହୋଇଥିବା କୁହାଯାଉଛି ।