THE BYAPINI

ପ୍ରଣବ: ପ୍ରଚ୍ଛଦପଟର ହିରୋ

Get real time updates directly on you device, subscribe now.

ବାତ୍ୟା ୟାସର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ଚାରିଆଡୁ ପ୍ରଂଶସାର ସୁଅ ଛୁଟୁଛି । ସମୟ ଉପଯୋଗୀ ପଦକ୍ଷେପ ଓ ବାତ୍ୟା ପରର ସ୍ଥିତିକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ରାଜ୍ୟ ସରକାର ଯେଉଁଭଳି ତତ୍ପରତା ଦେଖାଇଲେ ସେଥିପାଇଁ ଅନେକ ମୂଲ୍ୟବାନ ଜୀବନ ରକ୍ଷା ପାଇଗଲା । ଆଉ ଏହି ସଫଳ ବାତ୍ୟା ମୁକାବିଲା ପାଇଁ ସରକାରୀ କଳ ଓ ପ୍ରଶାସନ ଯେତିକି ଚଳଚଞ୍ଚଳ ହୋଇ ଉଠିଥିଲା ସେତିକି ସକ୍ରିୟ ହୋଇ ଉଠିଥିଲା ବିଜେଡିର ଛାମୁଆ ସଙ୍ଗଠନ । ବାତ୍ୟା ୟାସ୍ ମୁକାବିଲା କ୍ଷେତ୍ରରେ ଗଣମାଧ୍ୟମରେ ପ୍ରଶାସନର କ୍ରୀୟାଶୀଳତା ସମସ୍ତେ ଦେଖିଛନ୍ତି ଯେଉଁଥିପାଇଁ ପ୍ରଶାସନର କାର୍ୟ୍ୟକୁ ପ୍ରଂଶସା କରାଯାଉଛି । କିନ୍ତୁ ଏହି ସଫଳ ମୁକାବିଲାର ପ୍ରଚ୍ଛଦପଟରେ ଯେ ବିଜେଡି ସଙ୍ଗଠନର ବଡ ଭୂମିକା ରହିଛି ତାହାକୁ ହୁଏତ କେହି ଅସ୍ୱୀକାର କରିବେ ନାହିଁ । କାରଣ ପ୍ରଥମ ଥର ପାଇଁ ସରକାରଙ୍କ ସହ କୌଣସି ଦଳୀୟ ସଙ୍ଗଠନ ହାତ ମିଳାଇ ବାତ୍ୟା ମୁକାବିଲା କରୁଥିବାର ଖବର ଗ୍ରାଉଣ୍ଡ ଜିରୋରୁ ଆସିଥିଲା । ଆଉ ଏସବୁ ସମ୍ଭବ ହୋଇଥିଲା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବା ବବିଙ୍କ ପାଇଁ ।

ବାତ୍ୟା ୟାସ୍ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ଏକଥା ପୂର୍ବରୁ ଏକପ୍ରକାର ସ୍ପଷ୍ଟ ହୋଇ ସାରିଥିଲା । ଆଉ ଏହାର ମୁକାବିଲା ପାଇଁ ହାତରେ ଆଉ ମାତ୍ର ଦିନ କେଇଟା ଥିଲା । ସରକାରଙ୍କ ଆଗରେ ଥିଲା ଦୁଇଟି ଚ୍ୟାଲେଞ୍ଜ, ଏକା ସମୟରେ କିଭଳି କରୋନା ଓ ବାତ୍ୟାର କରାଯିବ ମୁକାବିଲା? ଆଉ ଏହି ସମୟରେ ବିଜେଡି ସୁପ୍ରିମୋ ନବୀନଙ୍କ ନିର୍ଦ୍ଦେଶ କ୍ରମେ ବାତ୍ୟା ମୁକାବିଲାରେ ସରକାରଙ୍କୁ ସାଥ୍ ଦେବାକୁ ହାତ ବଢାଇଥିଲା ବିଜେଡି ସଙ୍ଗଠନ । କୌଣସି ରାଜନୈତିକ ସଙ୍ଗଠନ ବିପର୍ୟ୍ୟୟ ଭଳି ସମୟରେ ସରକାରଙ୍କୁ ସହଯୋଗର ହାତ ବଢାଇବା ବୋଧହୁଏ ବିରଳ । ନବୀନଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ବବିଙ୍କ ନେତୃତ୍ୱରେ ଆରମ୍ଭ ହେଲା ବାତ୍ୟା ମୁକାବିଲାର ଅପରେସନ ।

ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ପ୍ରତିଟି ଜୀବନ ବଞ୍ଚାଇବା ଏହି ଲକ୍ଷ୍ୟ ନେଇ ଆରମ୍ଭ ହେଲା ଅପରେସନ । ପ୍ରତି ମିନିଟର ବାତ୍ୟା ଅପଡେଟକୁ ନେଇ ପ୍ରସ୍ତୁତ ହେଉଥିଲା ମୁକାବିଲାର ମାଷ୍ଟରପ୍ଲାନ । ଆଉ ଏହାକୁ ମନିଟରିଂ କରୁଥିଲେ ନିଜେ ବବି । ବାତ୍ୟା ଯେତିକି ପାଖେଇ ଆସୁଥିଲା, କାର୍ୟ୍ୟଭାର ସେତେ ଅଧିକ ବଢୁଥିଲା । ଆଉ ଏଭଳି ସମୟରେ ନିଜେ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ବବି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଅଭିମୁଖେ ଛୁଟାଇଥିଲେ ଗାଡି । ଦଳର ସ୍ଥାନୀୟ ନେତା, କର୍ମୀ, ମନ୍ତ୍ରୀ ଓ ବିଧାୟକଙ୍କୁ ଏକାଠି କରି ମୁକାବିଲା ପାଇଁ ମନ୍ତ୍ର ଦେଇଥିଲେ । ପ୍ରଶାସନ ସହ ସମନ୍ୱୟ ରଖି କିଭଳି ଗ୍ରାଉଣ୍ଡସ୍ତରରେ କାମକୁ ତ୍ୱରାନିତ୍ୱ କରାଯାଇପାରିବ ସେନେଇ ପ୍ରସ୍ତୁତ ହେଲା ବ୍ଲୁ-ପ୍ରିଣ୍ଟ । ଯେଉଁଥିପାଇଁ କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିଲା ପ୍ରଶାସନ । ଯେଉଁଥିପାଇଁ ପ୍ରଶାସନକୁ ବାହାବା ମିଳିଥିଲା କିନ୍ତୁ ଏହା ପଛରେ ଥିଲା ପ୍ରଣବ ପ୍ରକାଶଙ୍କ ପୂର୍ବ ପ୍ରସ୍ତୁତି ।

କେବଳ ଯେ ବାତ୍ୟା ଆଶ୍ରୟସ୍ଥଳରେ ଲୋକଙ୍କୁ ପହଞ୍ଚାଇଦେଲେ କାମ ସରିଲା ତାହା ନୁହେଁ ଲୋକଙ୍କ ଖାଇବା ବ୍ୟବସ୍ଥା ସହ କିଭଳି ଜନଜୀବନ ଅଧିକ ପ୍ରଭାବିତ ନହେବ ସେଥିପାଇଁ ଜିଲ୍ଲାକୁ ଜିଲ୍ଲା ଘୂରି ବୁଲିଥିଲେ ବବି । ପ୍ରତି ଘଣ୍ଟାରେ ବଦଳୁଥିଲା ବବିଙ୍କ ଠିକଣା । କେତେବେଳେ ଚାନ୍ଦିପୁର ତ କେତେବେଳେ ସାତଭାୟା । ବାତ୍ୟା ଯେତିକି ପାଖେଇ ଆସୁଥିଲା, ବବିଙ୍କ ଗାଡିର ଗତି ମଧ୍ୟ ସେତିକି ଅଧିକ ବଢୁଥିଲା । କାରଣ ଫୋକସରେ ଥିଲା ଜିରୋ କାଜୁଆଲିଟି । ଯେଉଁଥିପାଇଁ ବବିଙ୍କ ଆଖିରେ ନିଦ ନଥିଲା । ସ୍ଥାନୀୟ ନେତା ତ ବାସ୍ ନିଜ ନିଜ ଅଞ୍ଚଳରେ ସ୍ଥିତି ଉପରେ ନଜର ରଖିଥିଲେ କିନ୍ତୁ ବବି ସମସ୍ତ ବାତ୍ୟା ପ୍ରଭାବିତ ଅଞ୍ଚଳର ଟିକିନିକି ଅପଡେଟ ଉପରେ ସତର୍କ ଦୃଷ୍ଟି ରଖିଥିଲେ । କହିବାକୁ ଗଲେ ନବୀନଙ୍କ ୟାସ୍ ବାତ୍ୟା ପରିଚାଳନାରେ ପ୍ରଶାସନ ବ୍ୟତୀତ ପ୍ରଣବଙ୍କ ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଆଉ ଏହା ଭିତରେ କେତେବେଳେ ଯେ ବବି ବିପର୍ୟ୍ୟୟ ବେଳର ବନ୍ଧୁ ସାଜିସାରିଥିଲେ ତାହାର କଳ୍ପନା ସେ ନିଜେ ମଧ୍ୟ କରିନଥିଲେ । ବବିଙ୍କ କାର୍ୟଶୈଳୀ ଓ ପରିଚାଳନାଗତ ଦକ୍ଷତା ଯୋଗୁଁ କେବଳ ବାତ୍ୟାର ସଫଳ ମୁକାବିଲା ସହ ହଜାର ହଜାର ଜୀବନ ମଧ୍ୟ ସୁରକ୍ଷିତ ହୋଇପାରିଥିଲା ।

କେବଳ ଯେ ବାତ୍ୟା ଭଳି ବିପଦ ସମୟରେ ନବୀନଙ୍କ ଚିନ୍ତା ଦୂର କରିନାହାନ୍ତି ବବି ବରଂ ଗତ କିଛି ବର୍ଷ ହେବ ଦଳକୁ ସଙ୍ଗଠିତ ଓ ଏକଜୁଟ କରାଇବା ପଛରେ ମଧ୍ୟ ତାଙ୍କର ବଡ ଭୂମିକା ରହିଛି । ଯେଉଁଥିପାଇଁ ସଙ୍ଗଠନ ସମ୍ପାଦକ ଭଳି ଗୁରୁ ଦାୟିତ୍ୱ ବବିଙ୍କ କାନ୍ଧରେ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଦଳର ମୁଖିଆଙ୍କ ଠାରୁ ମିଳିଥିବା ଏହି ଗୁରୁଦାୟିତ୍ୱକୁ ବେଶ ସୂଚାରୁ ରୂପେ ତୁଲାଇବା ସହ କରୋନା ଓ ବାତ୍ୟା ଭଳି ସଙ୍କଟଜନକ ସ୍ଥିତିରେ କିଛି ଘଣ୍ଟାରେ ଶହ ଶହ କର୍ମୀଙ୍କୁ ଏକାଠି କରି ଏହାର ସଫଳ ମୁକାବିଲା ମାଧ୍ୟମରେ ନିଜର ସାଙ୍ଗଠନିକ ଦକ୍ଷତା ଦେଖାଇଛନ୍ତି ପ୍ରଣବ ।

Get real time updates directly on you device, subscribe now.

Leave A Reply

Your email address will not be published.