THE BYAPINI

ସାମ୍ବାଦିକ ସମ୍ମିଳନୀରେ କାନ୍ଦିଲେ ପ୍ରସାଦ ହରିଚନ୍ଦନ

Get real time updates directly on you device, subscribe now.

ଚଳିତ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀରେ କଂଗ୍ରେସ କୌଣସି ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇନଥିବା ବେଳେ ଏଥିପାଇଁ ସ୍ଥାନୀୟ ନେତା ତଥା ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଦାୟୀ ଚର୍ଚ୍ଚା ହେଉଥିଲା । ଏପରିକି ସତ୍ୟବାଦୀ କଂଗ୍ରେସ ଶୂନ୍ୟ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେନେଇ ସାମ୍ବାଦିକ ସମ୍ମଳନୀରେ ମୁହଁ ଖୋଲିଛନ୍ତି ପ୍ରସାଦ ହରିଚନ୍ଦନ । ପ୍ରସାଦ କହିଛନ୍ତି, ସତ୍ୟବାଦୀକୁ ନେଇ ଗଣମାଧ୍ୟମରେ ଅନେକ ତ୍ରୁଟିପୂର୍ଣ୍ଣ ତଥ୍ୟ ଦିଆଯାଇଛି । କିନ୍ତୁ ପ୍ରକୃତ କଥା ହେଲା, ଶେଷ ମୁହୂର୍ତ୍ତରେ ମୋତେ ପଞ୍ଚାୟତ ନିର୍ବାଚନ ପାଇଁ ଟିକେଟ ମିଳିଥିଲା । ମୁଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ବୁଝୁନଥିବାରୁ ମନା କଲି । ଟିକେଟ କାହାକୁ ମିଳିବ କି ନାହିଁ ତାହାର ଦାୟିତ୍ୱ ପିସିସି ସଭାପତିଙ୍କର । ଦାୟିତ୍ୱ ଦିଆଯାଏ, ନହେଲେ ନିଆଯାଏ । କାହା ଉପରେ ଲଦି ଦିଆଯାଏନି ।
ମୁଁ ବେପାରୀ ନୁହେଁ ଯେ ଡିଲ୍ କରିବି। ମୁଁ ଦଳରେ ରହିବି। ଦଳ ପାଇଁ କାମ କରିବି ଓ ପ୍ରଚାର କରିବି। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ମୁଁ ଲଢ଼ିବି ନାହିଁ। ଏହା ହିଁ ମୋ ଜବାବ ସେମାନଙ୍କୁ, ଯେଉଁମାନେ ମୋତେ ଆକ୍ଷେପ କରି କହିଛନ୍ତି ଯେ ମୁଁ କ୍ଷମତା ପାଇଁ ବିଜେଡିକୁ ଯିବି।’ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ପୂର୍ବତନ ପିସିସି ସଭାପତି ତଥା ତିନି ଥର ବିଧାୟକ ହୋଇଥିବା ପ୍ରସାଦ ହରିଚନ୍ଦନ। ସେ ବିଜେଡିକୁ ଯିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରତିକ୍ରିୟା ରଖିଛନ୍ତି। ଆଉ ଏହି ସମୟରେ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା ।
ପ୍ରସାଦ କହିଥିଲେ, ଯେଉଁମାନେ କହୁଛନ୍ତି ମୁଁ ୩ ବର୍ଷ ହେଲାଣି ଘରୁ ବାହାରୁନି, ଆଜି ସେମାନଙ୍କ ଉଦ୍ଦେଶ୍ୟରେ ମୁଁ କହୁଛି ୩ ବର୍ଷ ନୁହେଁ, ୩୩ ବର୍ଷ ହେଲାଣି ମୁଁ ଘରୁ ବାହାରିନି। ମୋର ଗୋଟିଏ ଘର ଓ ଗୋଟିଏ ଠିକଣା। ଆଉ ତାହା ହେଉଛି କଂଗ୍ରେସ। ୩୩ ବର୍ଷ ହେଲା ସେହି ଘରେ ଅଛି।

Get real time updates directly on you device, subscribe now.

Leave A Reply

Your email address will not be published.