THE BYAPINI

ଦିନେ ବିଜେପିକୁ ଜିତାଉଥିଲେ,ଏବେ ବିଜେପିକୁ ହରାଉଛନ୍ତି

Get real time updates directly on you device, subscribe now.

ଦିନେ ବିଜେପିକୁ ଜିତାଉଥିଲେ , ଆଉ ଆଜି ବିଜେପିକୁ ହରାଉଛନ୍ତି । ନିର୍ବାଚନର ରଣନୀତି ପ୍ରସ୍ତୁତ କରୁଥିବା ରାଜନୀତିର ଚାଣକ୍ୟଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏହି ଚର୍ଚ୍ଚା ସେତେବେଳେ ଆସିଛି ଯେତେବେଳେ ସେ କରିଥିବା ଦାବି ସତ ପ୍ରମାଣିତ ହୋଇଛି । ୨୦୨୦ ଡିସେମ୍ବର ମାସରେ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ଏକ ଟୁଇଟ କରିଥଲେ । ସେ କହିଥିଲେ, ବିଜେପି ଦୁଇ ଅନକରୁ ଆଗକୁ ଯାଇପାରିବନାହିଁ ଜ୍ଝ ଯଦି ଯିତେ ତେବେ ମୁଁ ନିର୍ବାଚନୀ ପ୍ରଚାର କାମରୁ ସନ୍ୟାସ ନେଇଯିବି । ତେବେ ତାଙ୍କ ଦାବି ସତ୍ୟ ପ୍ରମାଣିତ ହୋଇଛି । ଯାହା ଆଜିର ପଶ୍ଚିମବଙ୍ଗର ନିବାଚନର ଫଳାଫଳରୁ ସ୍ପଷ୍ଟ ହୋଇଛି ।

ଗତ ବର୍ଷ ନଭେମ୍ବର-ଡିସେମ୍ବରରେ ମମତା ବାନାର୍ଜୀଙ୍କ ଗଡ଼ରେ ଅମିତ ଶାହା ପଶିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ଶାହା ପଶ୍ଚିମବଙ୍ଗର ୨୯୪ଟି ସିଟ୍ ମଧ୍ୟରୁ ୨୦୦ଟି ଜିତିବାକୁ ଦାବି କରି ପଶ୍ଚିମବଙ୍ଗ ରାଜନୀତିରେ ଚହଳ ସୃଷ୍ଟି କରିଥିଲେ।ତେବେ ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଟ୍ୱିଟ୍ କରି କହିଥିଲେ ଯେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ଦଳ ଦୁଇ ଅଙ୍କ ଅତିକ୍ରମ କରିପାରିବ ନାହିଁ। ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତରୁ ବିଜେପି ଅଧିକ ଲାଭ ପାଇବା ନାହିଁ ବୋଲି ରାଜନୀତିର ଏହି ଚାଣକ୍ୟ ସ୍ପଷ୍ଟ କରିଥିଲେ ।ତେବେ ଏହି ସମୟରେ ଏମିତି ଏକ ପୁରୁଣା ଟ୍ୱିଟ ସାମ୍ନାକୁ ଆସିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ଜ୍ଝ
୨୦୧୪ ସାଧାରଣ ନିର୍ବାଚନରେ ବିଜେପିକୁ ବିଜୟ ଦେଇ କେନ୍ଦ୍ରରେ ମୋଦିଙ୍କୁ କ୍ଷମତାକୁ ଆଣିବା ଥିଲା ପ୍ରଶାନ୍ତ କିଶୋରଙ୍କ ପ୍ରଥମ ବଡ଼ ସଫଳତା । ଏହା ପରେ କିନ୍ତୁ ବିଜେପି କ୍ୟାମ୍ପରେ ରହିନଥିଲେ ପ୍ରଶାନ୍ତ କିଶୋର । ଅଲୋଡା ହୋଇଯାଇଥିଲେ । ଆଉ ବନିଯାଇଥିଲେ ମୋଦି ବିରୋଧୀଙ୍କ ପ୍ରଥମ ପସନ୍ଦ ।

ତେବେ ପ୍ରଶାନ୍ତ କିଶୋରଙ୍କ ଆକଳନ ସତ ହେବା ପରେ ମଧ୍ୟ ସେ ଏକ ବଡ ଘୋଷଣା କରିଛନ୍ତି। ସେ ଆଗକୁ ଆଉ କୌଣସି ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତ କରିବେନି ବୋଲି ଘୋଷଣା କରିଛନ୍ତି। ଏହି କାମରୁ ସେ ତାଙ୍କର ଅବସର ଘୋଷଣା କରିଛନ୍ତି।ତେବେ ପିକେଙ୍କ ଦାବି ମୁତାବକ ବେଙ୍ଗଲ ଓ ତାମିଲନାଡୁ ନିର୍ବାଚନ ଫଳାଫଳ ଆସିଥିଲେ ବି ପିକେ ତାଙ୍କ ପେଷାରୁ ଅବସର ଘୋଷଣା କରିବା ଏବେ ସମସ୍ତଙ୍କୁ ଚକିତ କରିଛି। ତେବ ଜୀବନରେ ସେ କିଛି ନୂଆ କରିବାକୁ ଚାହୁଁଥିବା ଓ କରୁଥିବା କାର୍ୟ୍ୟରୁ ତାଙ୍କୁ ଏବେ ‘ବ୍ରେକ୍’ ନେବା ଦରକାର ବୋଲି ପିକେ ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.