THE BYAPINI

କୁବେର ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍

Get real time updates directly on you device, subscribe now.

କୁବେର ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା ଭିଜିଲାନ୍ସ । ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ । କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କ ଘରେ ରେଡ୍ ସରିଛି । ପ୍ରତାପ ଓ ତାଙ୍କ ପରିବାର ନାଁରେ ବ୍ୟାଙ୍କରେ ୧ କୋଟି ୬୧ ଲକ୍ଷ ୩୫ ହଜାର ୮୧୨ ଯଙ୍କା ରହିଛି । ୩୩ ବର୍ଷର ଚାକିରି ସମୟରେ ପ୍ରତାପ ୨୫ଟି ଜମି, କୋଠା ଓ ଫ୍ଲାଟର ମାଲିକ ହୋଇଛନ୍ତି ।

ସରକାରୀ ବାବୁଙ୍କ ଭୁବନେଶ୍ୱର, ଖୋର୍ଦ୍ଧା, ଭଦ୍ରକ ବାସୁଦେବପୁରରେ ପ୍ଲଟ ଓ କୋଠା ରହିଛି । ପ୍ରତାପ ସାମଲଙ୍କ ସମ୍ପତ୍ତି ଅଧିକ ଆକଳନ ଟେକ୍ନିକାଲ ଟିମ୍ କରିବ । ଭୁବନେଶ୍ୱର ଗୋଠପାଟଣାରେ ଥିବା ୫ ମହଲା ଘର ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ରହିଛି । ୨୦ ହଜାର ୩୫୦ ସ୍କୋୟାରଫୁଟରେ ଏହି ୫ ମହଲା କୋଠା ତିଆରି ହୋଇଛି ।
୨୫ଟି ପ୍ଲଟ୍‌ର ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ମିଶାଇ ୩,୪୧,୫୮,୪୧୨ ଟଙ୍କା ବୋଲି ଜଣାପଡ଼ିଛି।

ସେହିପରି ଗୋଠପାଟଣା ସ୍ଥିତ ଏକ ୫ ମହଲା କୋଠା ରହିଛି। ଯାହାର ମୂଲ୍ୟ ୩ କୋଟି ୮୯ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ୧୨ଟି ଟିମ୍ ଗତକାଲି ଅଚାନକ୍ କୁବେର ଅଫିସର ପ୍ରତାପ ସାମଲଙ୍କର ସମ୍ପତ୍ତି ଠାବ କରିବାକୁ ଭଦ୍ରକ, ବାସୁଦେବପୁର ଓ ଭୁବନେଶ୍ୱରରେ ଛାନ୍‌ଭିନ୍‌ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.