ଆଇଏଏସ ବୋଲି କଣ ମନମାନି କରିବ…
ରାଜ୍ୟରେ ଯେଉଁ ମହୁଫେଣାକୁ କେହି ଆଖି ଉଠାଇ ଦେଖିବାକୁ ଚାହାଁନ୍ତିନି ତାରି ଉପରକୁ ଆଜି ଟେରା ମାରିଛନ୍ତି କଟକ-ଚୈାଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ଅଫିସରଙ୍କ ମନମାନୀ କାର୍ୟ୍ୟକୁ ସମସ୍ତଙ୍କ ସାମ୍ନାରେ ଏଭଳି ମାଡି ମକଚି ନିନ୍ଦା କରିଛନ୍ତି ଯେ, ଯାହାର ସ୍ୱର ରାଜ୍ୟର କ୍ଷମତାକେନ୍ଦ୍ର କୁହାଯାଉଥିବା ଲୋକସେବା ଭବନରେ ଗୁଂଜରିତ ହୋଇଛି । ରାଜ୍ୟରେ କାହାର ଶାସନ ଚଲିଛି? ନେତାଙ୍କର ନା ଅଫିସରଙ୍କର? ଏହି ପ୍ରଶ୍ନର ଉତ୍ତର ଖୋଜୁଥିବା ଜନତା ଯଦି ପ୍ରଭାତ ବିଶ୍ୱାଳଙ୍କ ଭିଡିଓ ଦେଖିବେ ସେଥିରୁ ସ୍ପଷ୍ଟ ହୋଇଯିବ, କିଭଳି ଆଇଏଏସ ଅଧିକାରୀ ନିଜ ମର୍ଜିରେ ଶାସନ ଚଳାଇଛନ୍ତି । ନେତାଙ୍କ କଥାକୁ ମାନିବା ହେଉଛି ଅଫିସରଙ୍କ କାର୍ୟ୍ୟ, ହେଲେ ଏହାର ଠିକ ଓଲଟା ଦିଗ ଯେତେବେଳେ ରାଜ୍ୟରେ ଦେଖିବାକୁ ମିଳୁଛି, ସେତେବେଳେ ଏହାକୁ ଆଉ ବରଦାସ୍ତ କରିବା ମୁଡଦରେ ନାହାନ୍ତି ଚୈାଦ୍ୱାର-କଟକର ପୂର୍ବତନ ବିଧାୟ ଆଉ ବର୍ତ୍ତମାନର ବିଧାୟକ । ସିଏମସି କମିଶନରଙ୍କ ବିରୋଧରେ ମନଇଛା ବର୍ଷିବା ସହ ସଫାସଫା ଶୁଣାଇ ଦେଇଛନ୍ତି, ଅଫିସରଙ୍କର ମନମାନୀ ଚଳିବ ନାହିଁ ।
ପୁରା ଘଟଣା ଥିଲା କିଛି ଏହିଭଳି । କଟକ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସିଏମସି କମିଶନରଙ୍କ ଉପରେ ନିଜ ରାଗକୁ ନିୟନ୍ତ୍ରଣ କରିପାରିନଥିଲେ ପ୍ରଭାତ ବିଶ୍ୱାଳ । କହିଥିଲେ, ସାମାନ୍ୟ ସୈାଜନ୍ୟ ନାହିଁ ଅଧିକାରୀଙ୍କର । ଲୋକଙ୍କ ପାଇଁ ଲଢିବା କଣ ଭୁଲ? ଅଧିକାରୀ ଯେମିତି ଉଚ୍ଚସ୍ୱରରେ କଥାବାର୍ତ୍ତା କରୁଛନ୍ତି, ତାକୁ ନେଇ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ଏହି ବିଧାୟକ । ଆଉ ଏହି ସମୟରେ ବର୍ତ୍ତମାନର ବିଧାୟକ ସୈାଭିକ ବିଶ୍ୱାଳ କହିଥିଲେ, ମଣିଷକୁ ମଣିଷ ଭଳି ବ୍ୟବହାର କରିବା ଉଚିତ । ଚୈାଦ୍ୱାର କଟକର ଉନ୍ନତି ଯଦି କରିବାକୁ ଚାହୁଁନାହାନ୍ତି ତାକୁ ବନ୍ଦ କରଦିଅନ୍ତୁ । ଟେବୁଲ ପିଟି ପ୍ରଭାତ ବିଶ୍ୱାଳ କହିଥିଲ, ଜଣେ ପିଅନ ଆମ କଥା ଶୁଣବନି, ଏମିତି ଚଳିପାରିବ ନାହିଁ । ସେ ପଇସା ଖିଆ ନେତା ନୁହଁନ୍ତି ବରଂ ଲୋକଙ୍କ ପାଇଁ କାମ କରିବାକୁ ନେତା ହୋଇଛନ୍ତି ବୋଲି ଛାତିପିଟି କହିଥିଲେ ଏହି ପୂର୍ବତନ ବିଧାୟକ । ସୈାଭିକ ବିଶ୍ୱାଳଙ୍କୁ ଛୋଟ ପିଲା ବୋଲି ଭାବି କାର୍ୟ୍ୟ କରୁଛନ୍ତି । ନିଜ ପଇସା ବୋଲି ଭାବି କଣ କମିଶନର ବାଂଟି ଚାଲିଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ? ଜଣେ ବିଧାୟକଙ୍କ ଅଗୋଚରରେ କିଭଳି ଏସବୁ କାର୍ୟ୍ୟ ସମ୍ଭବ ତାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ ।
ସିଏମସି କମିଶନର ହେଉଛନ୍ତି ଅନନ୍ୟା ଦାସ । ଆଇଏଏସ ଅଧିକାରୀ । ରାଜ୍ୟରେ ବିଧାୟକ, ମନ୍ତ୍ରୀ, ନେତା, ସାଂସଦ ନା ଅଫିସର କିଏପ୍ରକୃତ କ୍ଷମତାଶାଳୀ ତାହା ସମସ୍ତେ ଜାଣିଛନ୍ତି । ଆଉ ଏଭଳି ସ୍ଥଳେ ପରଭାତ ବିଶ୍ୱାଳ ଯେଉଁ ଦିଗକୁ ଇଙ୍ଗିତ କରିଛନ୍ତି, ତାହା ହୁଏତ ଆଗାମୀ ଦିନରେ ଅନ୍ୟ ସମସ୍ତ ଅଂଚଳରୁ ବି ଶୁଣିବାକୁ ମିଳିପାରେ । ସବୁବେଳେ ଅଭିଯୋଗ ଆସେ, ରାଜ୍ୟରେ ମନ୍ତ୍ରୀଙ୍କ କଥା ଅଫିସର ଶୁଣୁନାହାନ୍ତି । ରାଜ୍ୟରେ ଅଫିସର ହିଁ ହେଉଛନ୍ତି ପ୍ରକୃତ କ୍ଷମତାକେନ୍ଦ୍ର । ଆଉ ଏହା ଯେତେବେଳେ ଯଥେଷ୍ଟ ଅଧିକ ହୋଇଛି ସେତେବେଳେ ପ୍ରଭାତ ବିଶ୍ୱାଳ କ୍ଷୋଭ ପ୍ରକାଶ କରିବାକୁ ବାଧ୍ୟ ହୋଇଛନ୍ତି । ହୁଏତ ଏହା ଆଗାମୀ ଦିନରେ ତାଙ୍କୁ ମହଙ୍ଗା ପଡିପାରେ ହେଲେ ଏହା ଚୁପ୍ ରହୁଥିବା ନେତାଙ୍କ ମନରେ ବିଦ୍ରୋହର ବହ୍ନି ଜଳାଇବାକୁ ସକ୍ଷମ, ଏଥିରେ ସନ୍ଦେହ ନାହିଁ ।